ଅବିବାହିତ ସେବକଙ୍କୁ ଶାରଳା ମନ୍ଦିର ଗର୍ଭଗୃହ ପ୍ରବେଶ ମନା

ତିର୍ତ୍ତୋଲ : ଅବିବାହିତ ରାଉଳ ସେବକ ଶାରଳା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। ଏହାଛଡା ବ୍ରତ ହୋଇନଥିବା ପଣ୍ଡା ସେବକଙ୍କ ଉପରେ କଟକଣା ଲାଗିଛି।

ଖବର ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାରଳା ମନ୍ଦିର ନେଇ କଟକଣା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ବ୍ୟବସ୍ଥାରେ ଶ୍ରଦ୍ଧାଳୁମାନେ ସେମାନଙ୍କ ପିଲାଙ୍କୁ ଗର୍ଭଗୃହ ମଧ୍ୟକୁ ନନେବା ପାଇଁ ବାରଣ କରାଯାଇଛି। ସେହିପରି ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନିଷେଧ ହୋଇଥିବା ବେଳେ ମା’ଙ୍କ ବିଗ୍ରହ ସହ ଫଟୋ ଉଠାଯାଇ ପାରିବ ନାହିଁ। ଏହି ନିୟମକୁ କଠୋର ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ନିୟମ ଭାଙ୍ଗିଲେ ପ୍ରଥମ ଥର ୫ ହଜାର ଟଙ୍କା, ଦ୍ୱିତୀୟ ଥର ପାଇଁ ହଜାରେ ଟଙ୍କା ଜରିମାନା ଆଦାୟ କରାଯିବ। ଏହାବ୍ୟତୀତ ମନ୍ଦିର ବେଢ ମଧ୍ୟରେ ମୋବାଇଲ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି।

Leave a Reply

Your email address will not be published. Required fields are marked *

Back to top button