ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମଞ୍ଚ ଉପରେ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ

ଭୋପାଳ : ମଞ୍ଚ ଉପରେ ଦୁଇଜଣ ସରକାରୀ ବାବୁଙ୍କୁ ସସପେଣ୍ଡ ନିର୍ଦ୍ଦେଶ। ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ତାଙ୍କର ପଦକ୍ଷେପକୁ ସଭାସ୍ଥଳରେ ଉପସ୍ଥିତ ଜନତା ତାଳି ମାରି ସ୍ୱାଗତ କରିଥିବା ବେଳେ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଯାଞ୍ଚ କରାଯାଇ ଜେଲ ପଠାଯିବ ବୋଲି ଶିବରାଜ କହିଛନ୍ତି।

ଖବର ଅନୁଯାୟୀ ମଧ୍ୟପ୍ରଦେଶରର ଜେରୋନ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ସେଠାକାର ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଂପୃକ୍ତ ଦୁଇ ସରକାରୀ ଅଧିକାରୀଙ୍କୁ ମଞ୍ଚକୁ ଡାକି ସସ୍‌ପେଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଶିବରାଜ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ଘର ଦେବାପାଇଁ ପ୍ରଧାନମନ୍ତ୍ରୀ ପଠାଉଥିବା ରାଜ୍ୟ ସରକାର ଦିଅନ୍ତି। କିନ୍ତୁ ମୁଁ ଜାଣିବାକୁ ପାଇଲି ଜେରୋନରେ ଆବାସ ଯୋଜନା ଟଙ୍କା ବ୍ୟାପକ ହେରଫେର ହେଉଛି। ଭ୍ରଷ୍ଟାଚାରରେ ସରକାରୀ ବାବୁମାନେ ଲିପ୍ତ ରହୁଛନ୍ତି।

ଏହି ସମୟରେ ମଞ୍ଚ ତଳେ ଉପସ୍ଥିତ ଲୋକମାନଙ୍କୁ ଶିବରାଜ ପଚାରିଥିଲେ ଆପଣମାନଙ୍କ ମଧ୍ୟରୁ କିଏ ଅଛନ୍ତି ଯାହାର ଆବାସ ସ୍ୱୀକୃତ ହୋଇଛି କିନ୍ତୁ ଟଙ୍କା ହେରଫେର୍‌ ହୋଇଛି। ଅନେକ ଛିଡା ହୋଇ ଦୁର୍ନୀତି ସପକ୍ଷରେ କହିବାରୁ ସେଠାରେ ଥିବା ଦୁଇ ସରକାରୀ ବାବୁ ଉମାଶଙ୍କର ଓ ଅଭିଷେକ ରାଜପୁତଙ୍କୁ ମୁଖ୍ୟମନ୍ତ୍ରୀ ଡକାଇ ସସ୍‌ପେଣ୍ଡ ନିର୍ଦ୍ଦେଶ ଦେଇଥି​‌ଲେ।

Leave a Reply

Your email address will not be published. Required fields are marked *

Back to top button