ରାହୁଲ୍ଙ୍କୁ ବିବାହ ପାଇଁ ସର୍ତ୍ତ ରଖିଲେ ଶର୍ଲିନ୍ ଚୋପ୍ରା
ମୁମ୍ଵାଇ : ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଶର୍ଲିନ୍ ଚୋପ୍ରାଙ୍କର ଏକ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଶର୍ଲିନଙ୍କୁ ପ୍ରଶ୍ନ ଥିଲା ଆପଣ କଣ ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଉତ୍ତରରେ ସେ ହଁ କହିଥିବା ବେଳେ ବିବାହ ପାଇଁ ଏକ ସର୍ତ୍ତ ରଖିଛନ୍ତି। ଆଉ କହିଛନ୍ତି ବିବାହ ପରେ ତାଙ୍କ ସର୍ନେମ୍ ଚୋପ୍ରା ହିଁ ରହିବାକୁ ସେ ଚାହାଁନ୍ତି।
ଶର୍ଲିନ୍ଙ୍କର ଏହି ଭିଡିଓ ଭାଇରାଲ ହେବାପରେ ୟୁଜର୍ସମାନେ ଏହା ଉପରେ ମନ୍ତବ୍ୟ ଦେଇଚାଲିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ରାହୁଲ ଗାନ୍ଧୀଙ୍କ ଜୀବନ ନଷ୍ଟ କରିବା ଉଚିତ୍ ନୁହେଁ। ଅନ୍ୟ ଜଣେ ଲେଖିଛନ୍ତି ତୁମ ସହିତ କେବେବି ବିବାହ କରିବେ ନାହିଁ। କେବଳ ଏତିକି ନୁହେଁ ଅନ୍ୟ ଜଣେ ଲେଖିଛନ୍ତି ଆପଣ ନିଶ୍ଚିତ ଭାବରେ ଏହା କରିବେ କିନ୍ତୁ ସେ ତାହା କରିବେ ନାହିଁ।