ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବକ୍ତବ୍ୟ ରଖିବା ପରେ ଅନାସ୍ଥା ପ୍ରସ୍ତାବଟି ବାଚନିକ ଭୋଟରେ କାଟ ଖାଇଯାଇଛି। ତେବେ ଏହା ପର୍ବରୁ ବିରୋଧୀ କକ୍ଷତ୍ୟାଗ କରି ଚାଲିଯାଇଥିଲେ। ସାରିଥିଲେ। ସଂସଦ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
ଖବର ଅନୁଯାୟୀ ମଣିପୁର ପ୍ରସଙ୍ଗ ନେଇ ବିରୋଧୀ ଲୋକସଭାରେ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ନେଇ ଆଲୋଚନା ପରେ ଗୃହରେ ବକ୍ତବ୍ୟ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ସେ ନିଜ ଭାଷଣରେ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରି କହିଥିଲେ, “୨୦୧୮ରେ ମୁଁ ବିରୋଧୀଙ୍କୁ ୨୦୨୩ରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାୟିତ୍ୱ ଦେଇଥିଲି। ସେମାନେ ମୋ କଥା ପାଳନ କରିଥିଲେ। କିନ୍ତୁ ମୁଁ ଦୁଃଖିତ ୫ ବର୍ଷରେ ସେମାନେ ଭଲ ପ୍ରଦର୍ଶନ କରିବା କଥା। କିନ୍ତୁ କୌଣସି ପ୍ରସ୍ତୁତି କିମ୍ବା ସୃଜନଶୀଳତା ନଥିଲା। ମୁଁ ଆପଣଙ୍କୁ ୨୦୨୮ ପାଇଁ ଆଉ ଏକ ସୁଯୋଗ ଦେବି। ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେତେବେଳେ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିବେ ସେତେବେଳେ ପ୍ରସ୍ତୁତ ହୋଇ ଆସନ୍ତୁ।