ଡ୍ୟାନ୍ସ ବାର୍ରେ ନାବାଳିକା କର୍ମଚାରୀ ଥିଲେ ମାଲିକ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର : ବାର୍ରେ ୨୧ ବର୍ଷରୁ କମ୍ ବୟସର ମହିଳା କର୍ମଚାରୀ ଥିଲେ ମାଲିକ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ସେଥିପାଇଁ ଭୁବନେଶ୍ୱରର ସବୁ ଡ୍ୟାନ୍ସ ବାର୍ରେ ରେଡ୍ କରାଯିବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି।
ଖବର ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ୧୮ଟି ବାର୍ରେ ୨୧୬ ଜଣ ମହିଳା କର୍ମଚାରୀ ନିୟୋଜିତ ଅଛନ୍ତି। ଏସବୁରେ ୨୧ ବର୍ଷ ବୟସରୁ କମ୍ ମହିଳା କାର୍ଯ୍ୟ କରୁଛନ୍ତି କି ନାହିଁ ତାହାର ଅନୁଧ୍ୟାନ କରାଯିବ। ଡ୍ୟାନ୍ସ ବାର୍ରେ ରେଡ୍ ପାଇଁ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି।
ଅନ୍ୟପକ୍ଷରେ ବନେଶ୍ୱରରେ ଯୁକ୍ତ ଦୁଇ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ଘଟଣାରେ ଶିଶୁ କମିଶନ ଉଦ୍ବେଗ ପ୍ରକାଶ କରିଛନ୍ତି। ନାବାଳିକାଙ୍କୁ ବାର୍ରେ ନିୟୋଜିତ କରାଯାଇଥିବାରୁ ଶିଶୁ କମିଶନ ଅଧ୍ୟକ୍ଷା ମନ୍ଦାକିନୀ କର ଉଦ୍ବେଗ ପ୍ରକାଶ କରିଥିବା ବେଳେ କମିଶନଙ୍କ ପକ୍ଷରୁ ଡିସିପିଙ୍କୁ ରିପୋର୍ଟ ତଲବ କରାଯାଇଛି। ନାବାଳିକାଙ୍କୁ ବାର୍ରେ ନିୟୋଜିତ କରୁଥିବା ଦଲାଲଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି।