ପୋଲିସ ଶ୍ଵଶୁର ସୁଟର ବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ

janatakhabar.in

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ସୁଟର ଦୁଷ୍କର୍ମର ଶିକାର। ଏହି ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶରେ ଘଟିଛି। ପୋଲିସ ଶ୍ଵଶୁର ମହିଳା ସୁଟର ବୋହୂଙ୍କୁ ଖାଦ୍ୟାରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ଏସଏସପି ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଇନ୍ସପେକ୍ଟର ଶ୍ଵଶୁର ବୋହୂ ନାଁ’ରେ ଥାନାରେ ଚୋରି ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ଗୁରୁବାର ଏସଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ମହିଳା ସୁଟର କହିଛନ୍ତି ୧୦ମାସ ପୂର୍ବରୁ ମୋର ବିବାହ ଭାବନପୁରର ଶ୍ୟାଲ ଗ୍ରାମର ଯୁବକଙ୍କ ସହିତ ହୋଇଥିଲା। ମୋ ଶ୍ଵଶୁର ଉତ୍ତରପ୍ରଦେଶ ପୋଲିସରେ ଇନ୍ସପେକ୍ଟର। ୨୦୨୨ ଡିସେମ୍ବରରେ ଡିୟୁଟି ସାରି ମୁଁ ଶାଶୁଘରେ ପହଞ୍ଚିଥିଲି। ଘରେ କେବଳ ଶ୍ଵଶୁର ଥିଲେ। ରାତିରେ ତାଙ୍କୁ ଖାଦ୍ୟ ପରଷି ମୁଁ ଖାଇଥିଲି। ଏହାପରେ ମୋ ସହିତ କ’ଣ ହେଲା ଜାଣି ପାରିଲି ନାହିଁ। ଚେତା ଫେରିବା ପରେ ଜାଣିଲି ଶ୍ଵଶୁର ମୋ ସହିତ ଦୁଷ୍କର୍ମ କରିଛନ୍ତି। ଆଉ ଏହି ସମୟର ଭିଡିଓ ରେକର୍ଡ କରିଛନ୍ତି। ଯାହାକୁ ମାଧ୍ୟମ କରି ସେ ମୋତେ ବାରମ୍ବାର ‌‌ଯୌନ ନିର୍ଯାତନା ଦେଇ ଚାଲିଥିଲେ। ପୋଲିସରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ମୋତେ କୌଣସି ପ୍ରକାର ନ୍ୟାୟ ମିଳିନାହିଁ। ମାମଲା କେତେଦୂର ଗଲା ବୋଲି ଥାନାରେ ପଚାରିବାରୁ ପୋଲିସବାବୁମାନେ କହନ୍ତି ଯାଞ୍ଚ ଚାଲିଛି। ଦୋଷୀ ଯିଏବି ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *