ଫୁଟ୍ପାଥ୍ରେ ଶୋଇଥିବା ଶ୍ରମିକଙ୍କ ଉପରେ କାର୍ ଚଢ଼ିଗଲା
ଭୁବନେଶ୍ଵର : ରାଜମହଲ ଛକ ଫୁଟ୍ପାଥରେ ଶୋଇଥିବା ଶ୍ରମିକ ଉପରେ କାର୍ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଛି।
ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିର ଘଟିଛି ଏହି ଘଟଣା। ଫୁଟପାଥରେ କାର୍ ଚକାର ଦାଗ ରହିଥିବା ବେଳେ ଡ୍ରାଇଭର କାର୍ ନେଇ ଫେରାର ହୋଇଯାଇଛି। କମିଶନରେଟ୍ ପୋଲିସ ଖୋଳତାଡ ଆରମ୍ଭ କରିଛି। ଶ୍ରମିକ ଜଣଙ୍କ କିଏ ଓ ତାଙ୍କ ଘର କେଉଁଠି ଜଣାପଡିନି। ପୋଲିସ ମୃତଦେହକକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।