ଇସ୍ରାଏଲ ଆକ୍ରମଣରେ ବ୍ୟବହୃତ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ମେଡ଼ ଇନ ଚାଇନା
ନୂଆଦିଲ୍ଲୀ : ଇସ୍ରାଏଲର ଦକ୍ଷିଣ ପାର୍ଶ୍ଵରେ ସଙ୍ଗୀତ ସମାରୋହ ଚାଲିଥିଲା। ହମାସର ଆତଙ୍କବାଦୀମାନେ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ସାହାଯ୍ୟରେ ଆକାଶମାର୍ଗରୁ ଓହ୍ଲାଇ ଆକ୍ରମଣ କରିବାରୁ ଶତାଧିକ ଇସ୍ରାଏଲି ନାଗରିକଙ୍କ ମୃତ୍ୟୁ ଘଟିଛି। ହେଲେ ଆତଙ୍କବାଦୀ ବ୍ୟବହାର କରିଥିବା ହ୍ୟାଙ୍ଗ ଗ୍ଲାଇଡ଼ର୍ସ ଚୀନ ନିର୍ମିତ ବୋଲି ଇଣ୍ଟରନ୍ୟାସନାଲ ପ୍ରେସ ଆସୋସିଏସନର ସଦସ୍ୟ ତଥା ଚୀନର ନାଗରିକ ଜେନିଫର ଝେଙ୍ଗ ଦାବି କରିଛନ୍ତି।
ଖବର ଅନୁଯାୟୀ ସୋସିଆଲ ମେଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ (ଟ୍ଵିଟର)ରେ ଏହା କହିଛନ୍ତି। ଜେନିଫର ଏହି ଦାବିର ଏହା ଚୀନରେ ନିର୍ମିତ ବୋଲି ସମ୍ପୂର୍ଣ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ସେ କହିଛନ୍ତି ଚୀନର କିଛି ନାଗରିକ କହୁଛନ୍ତି ଏହିପରି ଗ୍ଲାଇଡ଼ର୍ସ ଚୀନର ହୁନାନ ପ୍ରାନ୍ତର ଝୁଝୋଉ ଅଞ୍ଚଳରେ ନିର୍ମାଣ କରାଯାଏ। ଜେନିଫର ଏ କଥା ଶୁଣି ଅନୁସନ୍ଧାନ କରିବା ସମୟରେ ସମ୍ପୃକ୍ତ କମ୍ପାନୀର ୱେବ ସାଇଟ ଯାଇ ଚେକ କରିଥିଲେ। ଏହିପରି ଗ୍ଲାଇଡ଼ର୍ସ ଉକ୍ତ କମ୍ପାନୀ ଦ୍ଵାରା ନିର୍ମାଣ କରାଯାଏ ଜାଣିବା ସହିତ ସମ୍ପୂର୍ଣ ବିବରଣୀ କମ୍ପାନୀର ୱେବ ସାଇଟରେ ଉପଲବ୍ଧ ଅଛି।