ବିଦ୍ୟୁତ ଆଘାତରେ ମା’ ଓ ପୁଅଙ୍କ ମୃତ୍ୟୁ

ଖଲ୍ଲିକୋଟ : ବିଦ୍ୟୁତ ସଂସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁ ବଞ୍ଚାଇବାକୁ ଆସି ଅଜା ମେଡ଼ିକାଲରେ। ଏହି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲାର ଲୋଙ୍ଘର ଗାଁ’ରେ ଘଟିଛି।
ଖବର ଅନୁଯାୟୀ ଖଲ୍ଲିକୋଟ ଥାନ ଅନ୍ତର୍ଗତ ଲୋଙ୍ଘର ଗାଁର ଲକ୍ଷ୍ମୀ ପାହାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରୁଥିଲେ। ଦୁଇଦିନ ତଳେ ଘରର ଛାତ ପଡ଼ିଥିଲା। ଆଜି ମଧ୍ୟାହ୍ନରେ ଲକ୍ଷ୍ମୀଙ୍କ ଶ୍ୱଶୁର ଭାଗୀ ପାହାନ ଛାତରେ ପାଣି ଦେଉଥିବା ବେଳେ ଲକ୍ଷ୍ମୀଙ୍କ ପତ୍ନୀ ନିବାସୀ ଓ ପୁଅ ଜିତୁ ଏକ ଲୁହା ରଡ୍ ଉପରେ ଠିଆ ହୋଇ ଘର କାମ କରୁଥିଲେ। କୌଣସି କାରଣରୁ ଘରର ସର୍ଭିସ୍ ତାର ଲୁହା ରଡ୍ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ମା’ ଓ ପୁଅ ଚିତ୍କାର କରିଥିଲେ। ସେମାନଙ୍କୁ ବଞ୍ଚାଇବାକୁ ଆସିଥିବା ଅଜା ଭାଗୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ସାହିଲୋକେ ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ୍ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ମା’ ଓ ପୁଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ଭାଗୀଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।