ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି ସଚିନ ପାଇଲଟ

ଜୟପୁର : କଂଗ୍ରେସ ନେତା ସଚିନ ପାଇଲଟ ଓ ପତ୍ନୀ ସାରା ଅବଦୁଲ୍ଲା ବିବାହର ପ୍ରାୟ ଦୁଇ ଦଶନ୍ଧି ପରେ ଅଲଗା ହୋଇଛନ୍ତି। ରାଜସ୍ଥାନ ନିର୍ବାଚନ ପାଇଁ ଦାଖଲ ସତ୍ୟପାଠରୁ ଜଣାପଡ଼ିଛି। ତେବେ ଛାଡ଼ପତ୍ର କେବେ ଓ କାହିଁକି ହେଲା ସେ ସମ୍ପର୍କରେ ସୂଚନା ମିଳିନାହିଁ।
ଖବର ଅନୁଯାୟୀ ସଚିନ୍ ପାଇଲଟ୍ ଓ ସାରା ଅବଦୁଲ୍ଲା ପାଇଲଟ୍ ୨୦୦୪ରେ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ଆରନ୍ ଓ ବିହାନ ଅଛନ୍ତି। ସାରା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କପଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ। କିନ୍ତୁ ସଚିନ ନିର୍ବାଚନ ସତ୍ୟପାଠ ମାଧ୍ୟମରେ ସାରାଙ୍କ ଠାରୁ ଅଲଗା ହେବା ବିଷୟ ଉଲେଖ କରିଛନ୍ତି।
ସତ୍ୟପାଠରେ ସଚିନ ଦର୍ଶାଇଛନ୍ତି ଛାଡ଼ପତ୍ର ପରେ ଦୁଇ ପୁଅ ତାଙ୍କ ଉପରେ ନିର୍ଭରଶୀଳ। ଆଉ ଲେଖିଛନ୍ତି ଗତ ପାଞ୍ଚବର୍ଷ ମଧ୍ୟରେ ପାଇଲଟଙ୍କ ସମ୍ପତ୍ତି ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୧୮ରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩.୮ କୋଟି ଟଙ୍କା ଥିବାବେଳେ ୨୦୨୩ ସୁଦ୍ଧା ୭.୫ କୋଟି ଟଙ୍କାକୁ ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା