ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ବଦଳିଲେ

କୋଲକାତା : ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ବଦଳିଲେ। ଦିଲ୍ଲୀପ ଘୋଷଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ବାଲୁରଘାଟର ସାଂସଦ ଡ. ସୁକାନ୍ତ ମଜୁମଦାରଙ୍କୁ ସଭାପତି ଭାବେ ନିଯୁକ୍ତ ଦିଆଯାଇଛି।

ବିଜେପିର ସାଧାରଣ ସମ୍ପଦକ ଅରୁଣ ସିଂହଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ମଧ୍ୟ ମଧ୍ୟରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସାଂସଦ ସୁକାନ୍ତ ମଜୁମଦାରଙ୍କୁ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିବା ଏଥିରେ ଉଲ୍ଲେଖ ରହିଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବେବି ରାଣୀଙ୍କୁ ଦଳରେ କୌଣସି ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା।

Leave a Reply

Your email address will not be published. Required fields are marked *

Back to top button