ଆମ୍‍ୟଙ୍ଗ ପ୍ରଚଳନ ସମ୍ପର୍କରେ ଆମୱେର ଘୋଷଣା

ଭୁବନେଶ୍ୱର : ଯୁବ ପ୍ରାଦ୍ୟୋଗିକିକୁ ତ୍ୱରାନ୍ୱିତ କରିବା ଦିଗରେ ନିବେଶ କରିବା ଏବଂ ସାମୟିକ ନିଯୁକ୍ତି ଭିତ୍ତିକ ଅର୍ଥନୀତିକୁ ସୁଦୃଢ କରିବାର ଆବଶ୍ୟକତାକୁ ଉପଲବ୍ଧ କରି ଦେଶର ଅନ୍ୟତମ ଅଗ୍ରଣୀର ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରି କରୁଥିବା କମ୍ପାନୀ ଆମୱେ ଇଣ୍ଡିଆ ସଂପ୍ରତି ୰ଆମ୍‍ୟଙ୍ଗ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ପୂର୍ବ ଓ ପଶ୍ଚିମ ଭାଗ ବଜାରରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ, ଯୁବବର୍ଗଙ୍କର ନେତୃତ୍ୱ ନେବାର ସାମର୍ଥ୍ୟ, ବ୍ୟବସାୟ ଓ ସାମାଜିକ ସ୍ତରରେ ବିକ୍ରୟ କୌଶଳରେ ବୃଦ୍ଧି ଘଟାଇ ସେମାନଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବାକୁ ଆମୱେର ୧୦ ବର୍ଷିଆ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଲକ୍ଷ୍ୟ ମୁତାବକ ହୋଇଛି । ଏଥିସହିତ ସଫଳତାର ସହିତ ପରୀକ୍ଷାମୂଳକ କାର୍ଯ୍ୟକାରିତା ପରେ ଆମୱେ ଇଷ୍ଟ ମଧ୍ୟ ଉକ୍ତ ଅଞ୍ଚଳରେ ନାରୀ ଶକ୍ତି କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି । ଏହି ପର୍ଯ୍ୟାୟରେ ଆମୱେ ୪୦୦ରୁ ଅଧିକ ମହିଳା ପ୍ରତ୍ୟକ୍ଷ ବିକ୍ରେତାଙ୍କ ନିକଟରେ ପହଞ୍ଚି ୧୨ ମାସ ଧରି ଏକାଧିକ ତାଲିମ ଭିତ୍ତିକ କର୍ମଶାଳା ଜରିଆରେ ସେମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଇଛାଶକ୍ତି ଜାଗ୍ରତ କରିବା ଦିଗରେ ସେମାନଙ୍କୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ସମସ୍ତ ପ୍ରୟାସ ଜରିଆରେ ଆମୱେ ଇଣ୍ଡିଆ ମହିଳା ଓ ଯୁବବର୍ଗଙ୍କୁ ସଦା ପରିବର୍ତ୍ତନଶୀଳ ସାମାଜିକ ଗଣମାଧ୍ୟମ ପରିବ୍ୟବସ୍ଥା ମଧ୍ୟରେ ସେମାନଙ୍କର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ପୂର୍ଣ୍ଣାଙ୍ଗ ଶିକ୍ଷା ଆହରଣ ଓ ସୁଯୋଗ ଯୋଗାଇଦେବ ଏବଂ ସେମାନଙ୍କୁ ସେମାନଙ୍କ ଆଗ୍ରହକୁ ଆଗେଇନେବା ତଥା ତାହାକୁ ସେମାନଙ୍କର ସଫଳ ବ୍ୟବସାୟିକ ଉଦ୍ୟୋଗରେ ପରିଣତ କରିବା ଦିଗରେ ସହାୟତା କରିବ ।

ଶୁଭାରମ୍ଭ ଅବସରରେ ଆମୱେ ଇଣ୍ଡିଆ ପୂର୍ବ ଓ ପଶ୍ଚିମାଞ୍ଚଳର ସିନିୟର ଭାଇସ ପ୍ରେସିଡେଣ୍ଟ ଚନ୍ଦ୍ରଭୂଷଣ ଚକ୍ରବର୍ତ୍ତୀ କହିଥିଲେ, “ଏହି ବର୍ଦ୍ଧିତ ଡିଜିଟାଲ ବିଶ୍ୱରେ ଆମର ପ୍ରତ୍ୟକ୍ଷ ବିକ୍ରେତାମାନେ ହେଉଛନ୍ତି ଆମର ବ୍ରାଣ୍ଡ୍‍ ଆମ୍ବାସାଡର । ପ୍ରୋଜେକ୍ଟ ୰ଆମ୍‍ୟଙ୍ଗକୁ ନେଇ ଆମେ ଆମର ୩୫ ବର୍ଷରୁ କମ୍‍ ବୟସ ବର୍ଗର ପ୍ରତ୍ୟକ୍ଷ ବିକ୍ରେତାଙ୍କୁ ବର୍ଦ୍ଧିତ ବ୍ୟବସାୟିକ ଧାରା ସହିତ ସେମାନଙ୍କର କୁଶଳତାକୁ ସମକକ୍ଷ କରିବା ଦିଗରେ ସହାୟତା କରୁଛୁ । ଅଭିଜ୍ଞ ମାର୍ଗଦର୍ଶକଙ୍କ ସହିତ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଏହି ଅଧିବେଶନଗୁଡିକ ବ୍ୟବସାୟର ଅଭିବୃଦ୍ଧି ଏବଂ ପ୍ରତ୍ୟକ୍ଷ ବିକ୍ରୟର ଡିଜିଟାଲ ଅଭିବୃଦ୍ଧି ସମ୍ଭାବନା ଦିଗରେ ଅଗ୍ରସର ହେବାକୁ ସାମାଜିକ ବ୍ୟବସାୟ ଢାଞ୍ଚା ଆପଣେଇବା ଉପରେ ମଧ୍ୟ ଦୃଷ୍ଟିନିବଦ୍ଧ କରିବ ।

ଆମୱେ ଇଣ୍ଡିଆର ସିଇଓ ଶ୍ରୀ ଅଂଶୁ ବୁଧରାଜା କହିଛନ୍ତି “ଭାରତ ସଂପ୍ରତି ବିଶ୍ୱର ସର୍ବକନିଷ୍ଠ ରାଷ୍ଟ୍ରଗୁଡିକ ମଧ୍ୟରେ ଅନ୍ୟତମ ହୋଇଛି। ସେହି ସମୟରେ ବିଗତ ଏକ ବର୍ଷ ଧରି ଆମୱେ ୩୫ ବର୍ଷରୁ କମ୍‍ ବୟସ ବର୍ଗଙ୍କ ନିକଟରୁ ଏହାର ବ୍ୟବସାୟିକ ଢାଞ୍ଚା ପ୍ରତି ଆଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ଲକ୍ଷ୍ୟ କରିଆସୁଛି। ପ୍ରକୃତପକ୍ଷେ ଗତବର୍ଷ ନୂତନ ବ୍ୟବସାୟ ମଧ୍ୟରୁ ୬୧.୫% ୩୫ ବର୍ଷରୁ କମ୍‍ ବୟସ ବର୍ଗରୁ ଆସିଥିଲା । ସେମାନଙ୍କର ଦୃଢ ଆଗ୍ରହ ଏବଂ ଅଭିବୃଦ୍ଧିଶୀଳ ମାନସିକତା ଜରିଆରେ ସେମାନେ ସେମାନଙ୍କର ଆଶା ଆକାଂକ୍ଷା ଆଧାରରେ ଅଫ୍‍ଲାଇନ ଓ ଅନ୍‍ଲାଇନର ସେମାନେ ଏକ ଦକ୍ଷ ସମୁଦାୟ ସୃଷ୍ଟି କରିପାରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button