ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ : ସ୍ଥାନୀୟ ଲୋକଙ୍କୁ ଦେଲେ ଧନ୍ୟବାଦ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଘଟଣାସ୍ଥଳରେ ପହଞ୍ଚିବା ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସେ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରିଛନ୍ତି। ଆଉ କହିଛନ୍ତି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଯେଉଁଭଳି ଭାବେ ନିଃସ୍ଵାର୍ଥ ଭାବେ ସହଯୋଗ କରିଛନ୍ତି ଏହାକୁ ଭୁଲି ହେବ ନାହିଁ।
ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିଆନ୍ ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବ ସହିତ ଉଦ୍ଧାର କାର୍ଯ୍ୟ ଓ ଗୁରୁତର ଯାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହାପରେ ସେ ବାଲେଶ୍ୱର ମେଡିକାଲ କଲେଜକୁ ଯାଇ ଆହତଙ୍କୁ ଭେଟି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।