ପିଏମ୍‌ କେଆର୍ସ ପାଣ୍ଠି ସରକାରୀ ନୁହେଁ

ନୂଆଦିଲ୍ଲୀ : ପିଏମ୍‌ କେଆର୍ସ ପାଣ୍ଠି ଭାରତ ସରକାରୀ ନୁହେଁ। ଏହା ଚାରିଟେବୁଲ ଟ୍ରଷ୍ଟ ସହ ଜଡିତ। ଏହି ପାଣ୍ଠିକୁ ଆସୁଥିବା ଟଙ୍କା ଭାରତ ସରକାରଙ୍କ ଏକତ୍ରିତ ପାଣ୍ଠିକୁ ଯାଏ ନାହିଁ। ଏହା ଉପରେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ। ଆଜି ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ଏହି ତଥ୍ୟ ରଖିଛନ୍ତି।

ପିଏମ୍‌ କେଆର୍ସ ପାଣ୍ଠି ସମ୍ପର୍କରେ ଓକିଲ ସମ୍ୟକ ଗାଙ୍ଗୱାଲ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ରାଜ୍ୟ ପାଣ୍ଠି ଭାବେ ଘୋଷଣା କରାଯିବା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏହାକୁ ଆରଟିଆଇ ଅଧୀନରେ ଆଣିବା ଉଚିତ୍। କିନ୍ତୁ ଆଜି ପିଏମ୍‌ଓ ପକ୍ଷରୁ କୋର୍ଟଙ୍କୁ ସୂଚନା ଦିଆଯାଇଛି ଟ୍ରଷ୍ଟ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ କାର୍ଯ୍ୟ କରେ ଓ ପାଣ୍ଠିର ଅଡିଟ୍‌ ଜଣେ ଅଡିଟରଙ୍କ ଦ୍ୱାରା କରାଯାଏ।

ପାଣ୍ଠିର ସ୍ୱଚ୍ଛତା ବଜାୟ ରଖିବା ପାଇଁ ମିଳୁଥିବା ସମସ୍ତ ଧନ ଓ ବିବରଣୀ ସରକାରୀ ୱେବସାଇଟରେ ରଖାଯାଇଛି। ଟ୍ରଷ୍ଟ ଯାହା ଦାନ ଗ୍ରହଣ କରେ, ତାହା ଚେକ୍ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଅନଲାଇନରେ ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଏହି ପାଣ୍ଠିକୁ ସୂଚନା ଅଧିକାର ଅଧିକାର (ଆରଟିଆଇ) ଅଧିନିୟମ ଅଧୀନରେ ଅଣାଯାଇପାରିବନି କିମ୍ବା ଏକ ‘ପବ୍ଲିକ ଅଥରିଟି’ ଭାବରେ ତାଲିକାଭୁକ୍ତ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button