ବିଧାୟକଙ୍କୁ ହଟାଇବା ପାଇଁ କର୍ମୀଙ୍କ ଶପଥ

ବାଲେଶ୍ଵର : ଆଗାମୀ ନିର୍ବାଚନରେ ସୋର ବିଧାୟକ ପର୍ଶୁରାମ ଧଡାଙ୍କୁ ହଟାଇବା ପାଇଁ ଶପଥ। ନିର୍ବାଚନ ମଣ୍ଡଳୀର ପ୍ରାୟ ୬୦୦ କର୍ମୀ ମା’ ତାରିଣୀଙ୍କ ପୀଠରେ ଏଭଳି ଶପଥ ନେଇଥିବା ଜଣାପଡିଛି। ଛନ୍ତି।
ଖବର ଅନୁଯାୟୀ ଗତକାଲି ସୋରରୁ ପ୍ରାୟ ୬୦୦ କର୍ମୀ ଘଟଗାଁ ମା’ ତାରିଣୀଙ୍କ ପୀଠରେ ପହଞ୍ଚିଥିଲେ। ସେମାନଙ୍କ ଅଭିଯୋଗ ର ବିଧାୟକ ପର୍ଶୁରାମ ଧଡା ଜଣେ ଦୂରାଚାରୀ ଜନ ପ୍ରତିନିଧି। ସେ ନିର୍ବାଚନମଣ୍ଡଳୀରେ ଉନ୍ନୟନ ମୂଳକ କାମ କରିବାରେ ବିଫଳ ହୋଇଛନ୍ତି। ତେଣୁ ବିଦାହେବା ଆବଶ୍ୟକ। ତାଙ୍କୁ ବିଦା କରିବା ପାଇଁ ଆମେ କୌଣସି ଚାପର ବଶବର୍ତ୍ତୀ ନହୋଇ ଶପଥ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ। ଆଉ ପର୍ଶୁରାମ ଧଡ଼ା ନୁହନ୍ତି ଆଗାମୀ ଦିନରେ ଆମର ବିଧାୟକ ଆଉ କେହି ହେବେ ବୋଲି ସେମାନେ କହିଛନ୍ତି।