ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଯୁବକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ଵର : ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଯୁବକକୁ ନିସ୍ତୁକ ମାଡ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏହି ଘଟଣା ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଭଡରାଗଡ଼ିଆ ଗ୍ରାମରେ ଘଟିଛି। ଯୁବକଙ୍କ ନାଁ ଅଭିମନ୍ୟୁ ବେହେରା।
ଖବର ଅନୁଯାୟୀ ଦୁଇବର୍ଷ ତଳେ ଗାଁ’ର ଅଶୋକ ବେହେରାଙ୍କ ଝିଅକୁ ଭଲ ପାଇବାକୁ ନେଇ ସୃଷ୍ଟି ହୋଇଥିଲା। ପରସ୍ପର ମଧ୍ୟରେ ବୁଝାମଣା ପରେ ଏହାର ସମାଧାନ ହୋଇଥିଲା। ବୁଧବାର ସକାଳେ ଅଭିମନ୍ୟୁ ଜେଜେମାଙ୍କ ସହିତ ବିଲକୁ ଯାଉଥିଲେ। ଅଶୋକ ଓ ସହଯୋଗୀ ସୁଦର୍ଶନ ବେହେରା ସେଠାରେ ପହଞ୍ଚି ବାଉଁଶ ବାଡ଼ି ଓ ଲୁହା ଛଡ଼ରେ ଅଭିମନ୍ୟୁକୁ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅଭିମନ୍ୟୁଙ୍କ ବାପା ଏ ସମ୍ପର୍କରେ ସୋର ଥାନାରେ ଅଭିଯୋଗ କରିବାରୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।