ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ଵର : ପୁଅର ହତ୍ୟାକାରୀଙ୍କୁ ଗିରଫ ଦାବିରେ ପରିବାରର ୬ ସଦସ୍ୟ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୋଲିସ ସେମାନଙ୍କୁ ଉଠାଇ ଥାନାକୁ ନେଇଥିବା ଜଣାପଡିଛି।
ଖବର ଅନୁଯାୟୀ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦୈତ୍ୟରାଜ୍ ନାୟକ ନାମକ ଯୁବକ ହତ୍ୟାର ଶିକାର ହୋଇଥିଲେ। ଏହି ଘଟଣାରେ ପୋଲିସ ଗତ ୧୫ ତାରିଖରେ ଅଶୋକ ଜେନାଙ୍କୁ ଗିରଫ କରିଛି। ପୂର୍ବରୁ କେହି ଗିରଫ ହୋଇନଥିବାରୁ ମୃତକଙ୍କ ପରିବାର ଲୋକେ ବାରମ୍ବାର ଧାରଣା ଦେଉଥିଲେ। ଏବେ ସେମାନଙ୍କ ଅଭିଯୋଗ ଅନ୍ୟ ଅଭିଯୁକ୍ତ ବାହାରେ ବୁଲୁଛନ୍ତି। ସେମାନଙ୍କ ଗିରଫ ଦାବିରେ ଆଜି ନବୀନ ନିବାସ ସମ୍ମୁଖରେ ପରିବାର ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ।