ଶିକ୍ଷକ ଆନ୍ଦୋଳନ ସ୍ଥଗିତ : ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି

ଭୁବନେଶ୍ୱର : ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ। ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ସରକାରଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି।
ଖବର ଅନୁଯାୟୀ ପ୍ରାଥମିକ ଶିକ୍ଷକ ସଂଘ ୩ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଥିଲା। ଫଳରେ ସ୍କୁଲରେ ପାଠପଢା ପ୍ରଭାବିତ ହୋଇଥିଲା। ଏହାର ସମାଧାନ ତେବେ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଶିକ୍ଷକ ଶିକ୍ଷକ ସଂଘର ଆଲୋଚନା ହୋଇଥିଲା। ଏଥିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୮ଟି ଶିକ୍ଷକ ସଙ୍ଗଠନ ସ୍କୁଲରେ ଶିକ୍ଷାଦାନ କରିବାକୁ ସହମତି ପ୍ରକାଶ କରିଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ରରେ ଆଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିୟର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟରାଇବା ପରି ଦାବି କରିଥିଲା ସଂଘ। ରାଜ୍ୟର ପାଖାପାଖି ଏକ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ ସମୂହରେ ଛୁଟିରେ ଯାଇ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।