ସ୍ତ୍ରୀକୁ ହତ୍ୟାକରି ସ୍ୱାମୀର ଥାନାରେ ଆତ୍ମସମର୍ପଣ

ଭଦ୍ରକ : ପରକୀୟା ପ୍ରୀତି ପାଇଁ ହତ୍ୟାକାଣ୍ଡ। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ଵାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି।
ଖବର ଅନୁଯାୟୀ ସୋମବାର ରାତିରେ ସ୍ତ୍ରୀ ରାଧାରାଣୀ ଓ ସ୍ଵାମୀ ଦିପୁ ବେହେରା ତାମିଲନାଡୁରୁ ଘରକୁ ଫେରୁଥିଲେ। ବାଟରେ ଅର୍ଥାତ ଭଦ୍ରକ ଜିଲ୍ଲା ଖରିଦା ବିନାୟକପୁରର ଗାଁ ମୁଣ୍ଡ ପଡ଼ିଆରେ ରାଧାରାଣୀଙ୍କୁ ଅତି ଅମାନୁଷିକ ଭାବେ ଦିପୁ ହତ୍ୟାକରି ଫିଙ୍ଗି ଦେଇଥିଲା। ପରେ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି। ଏହି ଘଟଣା ଏବେ ସ୍ଥାନୀୟ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ଏପରି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଦୁଇବର୍ଷ ତଳେ ଦୁହେଁ ପ୍ରେମବିବାହ କରିଥିଲେ। ତା’ପରଠାରୁ ତାମିଲନାଡ଼ୁରେ ରହୁଥିଲେ।