ନୂଆଦିଲ୍ଲୀ : ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ-୨୦୨୩ ଜିତିଛନ୍ତି ୧୦ ଜଣ ବିଜେପି ସାଂସଦ। ଏହି ସଂସଦମାନେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି।
ଖବର ଅନୁଯାୟୀ ଇସ୍ତଫା ଦେଇଥିବା ସାଂସଦମାନଙ୍କ ମଧ୍ୟରେ ଛତିଶଗଡର ଗୋମତି ସାଇ, ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମାର, ରାକେଶ ସିଂହ, ପ୍ରହ୍ଲାଦ ପଟେଲ, ରିତି ପାଠକ୍ ଓ ଉଦୟ ପ୍ରତାପ ସିଂହ ଅଛନ୍ତି। ରାଜସ୍ଥାନ ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ରାଠୋର ଓ କିରୋଡି ଲାଲ ମୀନା ମଧ୍ୟ ଇସ୍ତଫା ଦେଇଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରେ ମଧ୍ୟପ୍ରଦେଶର ୫ ଜଣ, ରାଜସ୍ଥାନର ୩ଜଣ ଓ ଛତିଶଗଡର ୨ ଜଣ ଅଛନ୍ତି।
ସୂଚନାଯୋଗ୍ୟ ବିଧାନସଭା ନିର୍ବାଚନରେ ବିଜେପି ୨୧ଜଣ ସାଂସଦ ନିର୍ବାଚନ ଲଢିଥିଲେ। ସେମାନଙ୍କ ମଧ୍ୟରୁ ୧୨ଜଣ ଜିତିଥିବା ବେଳେ ୯ ଜଣ ସାଂସଦ ହାରିଛନ୍ତି। ଏହାଛଡା ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଓ ରେଣୁକା ସିଂ ଆଜି ଇସ୍ତଫା ଦେଇନାହାଁନ୍ତି।