‘ଆମ ଓଡିଶା ନବୀନ ଓଡି଼ଶା’ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ଵର : ରାଜ୍ୟ ସରକାର ‘ଆମ ଓଡିଶା ନବୀନ ଓଡି଼ଶା’ ଯୋଜନା ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

କଂଗ୍ରେସ କହିଛି ଯୋଜନା ପାଇଁ ମଞ୍ଜୁର ୪ହଜାର କୋଟିର ଆୟୁଷ କେତେ ? ନିର୍ବାଚନ ଆସିଲେ ନବୀନ ବାବୁଙ୍କର ମନେପଡେ। ନିର୍ବାଚନ ସରିଲେ ଯୋଜନା ବନ୍ଦ। ପ୍ରତ୍ୟକ ବ୍ଲକ ଓ ପଂଚାୟତରେ ଏହି ଟଙ୍କାରେ ଶୀତଳ ଭଣ୍ଡାର ହୋଇଥିଲେ ଭଲ ହୋଇଥାନ୍ତା।

ସେହିପରି ବିଜେପି ନେତା ସମୀର ମହାନ୍ତି କହିଛନ୍ତି ଆମ ଗାଁ ଆମ ବିକାଶ ଯୋଜନାକୁ ସଂଶୋଧିତ କରି ଆମ ଓଡି଼ଶା ନବୀନ ଓଡି଼ଶା ଯୋଜନା କରାଯାଇଛି। ଆମ ଗାଁ ଆମ ବିକାଶ ଯୋଜନାରେ ଅଧିକାଂଶ କାମ ନହେବା ପରେ ଏହା ନୂଆ ନାଟକ। ଏଥିସହ ବିନା ଟେଣ୍ଡରେ କାର୍ଯ୍ୟାଦେଶ ଦେଇ ଦୁର୍ନୀତି କରିବା ପାଇଁ ଏ ଯୋଜନାର ଲକ୍ଷ୍ୟ ନୁହେଁ ତ ?

ଅନ୍ୟପକ୍ଷରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତ ଆମ ଓଡି଼ଶା ନବୀନ ଓଡି଼ଶା ବିକାଶର ଗୋଟେ ମହାମନ୍ତ୍ର। ଆଗାମି ଦିନରେ ଓଡି଼ଶାର ବିକାଶକୁ ଏହା ଆହୁରି ତ୍ୱରାନ୍ୱିତ କରିବ। ସେ କହିଛନ୍ତି ଆମ ଗାଁ ଆମ ବିକାଶ କେଉଁଠି ଅଧା ରହିନି। ଯିଏ ଗାଁକୁ ଯିବ ସେ ଗାଁର ଚିତ୍ର ଦେଖି ଜାଣି ପାରିବ। ତେଣୁ ଯୋଜନାକୁ ଯେଉଁମାନେ ନିର୍ବାଚନ ସହ ଯୋଡୁଛନ୍ତି ସେମାନେ ଭୟଭୀତ ବୋଲି ପ୍ରଶାନ୍ତ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button