ଟାଟା ପାୱାର ଅଫିସ ଘେରିଲା ବିଜେପି
ଭୁବନେଶ୍ୱର : ବିଜୁଳି ବିଲରେ ବିଭ୍ରାଟ ବିରୋଧରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ବିଲରେ ଚଞ୍ଚକତା ଓ ହରିଲୁଟ ସହ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଭୁବନେଶ୍ୱର ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ୍ ଘେରାଉ କରାଯାଇଥିବାବେଳେ ଭୁବନେଶ୍ଵର ଜିଲ୍ଳା ସଭାପତି ବାବୁ ସିଂଙ୍କ ନେତୃତ୍ଵରେ ଶତାଧିକ ବିଜେପି କର୍ମୀ ଟାଟା ପାୱାର ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୋଲିସ ଅଟକାଇବାରୁ କିଛି ସମୟ ପାଇଁ ବିଜେପି ନେତା ଓ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିବା ଜଣାପଡିଛି।
ବିଜେପି ଅଭିଯୋଗ ମାସକୁ ୩୦ ଦିନ ବଦଳରେ ୪୦ ଦିନର ବିଲକରି ଟାଟା ପାୱାର ଉପଭୋକ୍ତାଙ୍କୁ ଲୁଟୁଛି। ବିଲ୍ ଟେମ୍ପରିଂ କରି ମାସକୁ ୫୦ କୋଟିରୁ ଅଧିକ ଟଙ୍କାର ଚୂନା ଳଗାଉଛି ଏହି କମ୍ପାନୀ। ତେଣୁ ଯଥାଶୀଘ୍ର ଟାଟା ପାୱାର ଉପଭୋକ୍ତାଙ୍କୁ ଟଙ୍କା ଫେରାଇବାକୁ ଦଳ ଦାବି କରିଛି।