ନନ୍ଦିନୀ ଗୁପ୍ତା ଫେମିନା ମିସ୍‌ ଇଣ୍ଡିଆ ବିଜୟିନୀ

ଇମ୍ଫାଲ୍‌ : ମଣିପୁରର ଇମ୍ଫାଲ୍‌ର ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌ ‌ଷ୍ଟାଡିୟମ୍‌ରେ ଆୟୋଜିତ ୫୯ତମ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫିନାଲେରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌ ମୁକୁଟ ବିଜୟିନୀ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଦିଲ୍ଲୀର ଶ୍ରେୟା ପୂନ୍‌ଜା ପ୍ରଥମ ରନର୍‌-ଅପ୍‌ ହୋଇଥିବା ବେଳେ ମଣିପୁରର ଥୌନାଓଜାମ୍‌ ସ୍ତ୍ରେଲା ଲୁୱାଙ୍ଗ୍‌ ଦ୍ଵୀତୀୟ ରନର୍‌-ଅପ୍‌ ହୋଇଛନ୍ତି।

ରାଜସ୍ଥାନ କୋଟା ବାସିନ୍ଦା ୧୯ ବର୍ଷୀୟ ନନ୍ଦିନୀ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ରେ ଡିଗ୍ରି ହାସଲ୍‌ କରିଛନ୍ତି। ମଡେଲିଙ୍ଗ୍‌ କରୁଥିବା ନନ୍ଦିନୀ ଲାଲା ଲଜପତ୍‌ ରାୟ କଲେଜ୍‌ରେ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ରେ ନାଁ ଲେଖାଇବା ପୂର୍ବରୁ ସେଣ୍ଟ ପଲ୍‌ସ୍‌ ସିନିୟର୍‌ ସେକେଣ୍ଡାରି ସ୍କୁଲ୍‌ର ଛାତ୍ରୀ ଥିଲେ।

Leave a Reply

Your email address will not be published. Required fields are marked *

Back to top button