ସ୍ୱାମୀକୁ ହତ୍ୟାକରି ଶବ ପାଖରେ ସ୍ତ୍ରୀକୁ ଦୁଷ୍କର୍ମ

ଅମ୍ବିକାପୁର : ଛତିଶଗଡ଼ ଅମ୍ବିକାପୁର୍ରେ ପ୍ରେମ ପାଗଳ ଘଟାଇଛି ହତ୍ୟାକାଣ୍ଡ। ସ୍ଵାମୀର ଜୀବନ ନେବାପରେ ଶବ ନିକଟରେ ସ୍ତ୍ରୀକୁ କରିଛି ଦୁଷ୍କର୍ମ। ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡିଛି।
ଖବର ଅନୁଯାୟୀ ସୋମବାର କାର୍ତ୍ତିକ୍ ବିଳମ୍ବିତ ଅଧରାତିରେ ସୁଖଲାଲ୍ଙ୍କ ଘରକୁ ଯାଇଥିଲେ। ଦୁହିଁଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଏହାର କାରଣ ଥିଲା ପତ୍ନୀଙ୍କ ସହିତ କାର୍ତ୍ତିକର ଅନୈତିକ ସମ୍ପର୍କ ବିଷୟରେ ସୁଖଲାଲ୍ ଜାଣିବାକୁ ପାଇଥିଲେ। ପାଟିଟୁଣ୍ତ ଉଗ୍ରରୂପ ନେବାରୁ କାର୍ତ୍ତିକ ବାଡ଼ିରେ ପିଟିପିଟି ସୁଖଲାଲ୍ଙ୍କୁ ହତ୍ୟା କରିଥିଲା। କଥା ଏତିକିରେ ସରିଲାନି। କାର୍ତ୍ତିକ୍ ପ୍ରେମିକା ଅର୍ଥାତ ସୁଖଲାଲ୍ଙ୍କ ସ୍ତ୍ରୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲେ। ସ୍ୱାମୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବା ବେଳେ କାର୍ତ୍ତିକ ତାଙ୍କ ସ୍ତ୍ରୀଙ୍କ ସହିତ ଏପରି କରିବାକୁ ପଚାଇନଥିଲେ।
ଘଟଣା ସମ୍ପର୍କରେ ସୁଖଲାଲ୍ଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ପଚରାଉଚରା କରିଥିଲା। କାର୍ତ୍ତିକ ପୋଲିସ ନିକଟରେ ସମସ୍ତ କଥା ସ୍ଵୀକାର କରିଥିବା ଜଣାପଡିଛି।