ଫାଇନାନ୍ସ କର୍ମଚାରୀ ଅଭିନବ ଉପାୟରେ କରିଥିଲେ ଲୁଟ୍

ଖୋର୍ଦ୍ଧା : ଜାତୀୟ ରାଜପଥରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି। ତଦନ୍ତରୁ ଜଣାପଡିଛି ଭାରତ ଫାଇନାନ୍ସ କର୍ମଚାରୀ ରଣଜିତ ବେହେରା ଗୋଡିପଡା ପଞ୍ଚାୟତ ଲହଗାଂ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀରୁ ଟଙ୍କା ଆଦାୟ କରି ଫେରୁଥିବା ବେଳେ ଦୁଇଜଣ ଯୁବକ ଏକ ଆପାଚି ମୋଟର ସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ। ପରେ ରଣଜିତ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଡିକି ଖୋଲି ୫୪,୦୫୩ ଟଙ୍କା ନେଇ ଆଖି ପିଛୁଳାକେ ପଳାଇଥିବା ଅଭିଯୋଗ ଜଂକିଆ ଥାନାରେ ହୋଇଥିଲା।

ମଙ୍ଗଳବାର ପୋଲିସ ସମ୍ମୁଖରେ ବୟାନ ଦେଇଥିଲେ ରଣଜିତ। ହେଲେ ଫାଇନାନ୍ସ ସଂସ୍ଥାର ମ୍ୟାନେଜର ନିଜେ ରଣଜିତକୁ ଜେରା କରିବା ପରେ ନିଜେ ଚୋରି କରିଥିବା ମାନିବା ପରେ ଥାନାରେ ଅଭିଯୋଗ କରାଯାଇଥିଲା। ମ୍ୟାନେଜରଙ୍କ ଅଭିଯୋଗ କଲା ପରେ ଜଙ୍କିଆ ପୋଲିସ ରଣଜିତଠାରୁ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button