ପାଣ୍ଡିଆନଙ୍କ ଉପରେ ବିଜେଡି ଓ ବିଜେପିର ଆଶୀର୍ବାଦ ରହିଛି : ପିସିସି ସଭାପତି

ଭୁବନେଶ୍ଵର : ବରିଷ୍ଠ ଆଇଏଏସ ଅଫିସର ଭି.କେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ତାଙ୍କୁ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି ଭି.କେ ପାଣ୍ଡିଆନଙ୍କ ଇସ୍ତଫା ଏକ ପ୍ରହେଳିକା। କ୍ଷମତା ହାସଲ ପାଇଁ ପୁଣି ଏକ ଷଡ଼ଯନ୍ତ୍ର। ବିଜେପି-ବିଜେଡି ଏକ। ସେଥିଲାଗି ୩ ଦିନ ଭିତରେ ଇସ୍ତଫାକୁ କେନ୍ଦ୍ର ଗ୍ରହଣ କଲା।
ପିସିସି ସଭାପତି କହିଛନ୍ତି ପାଣ୍ଡିଆନଙ୍କ ଉପରେ ବିଜେଡି ଓ ବିଜେପିର ଆଶୀର୍ବାଦ ରହିଛି। ଆଗାମୀ ନିର୍ବାଚନରେ ପାଣ୍ଡିଆନ ବିଜେପି-ବିଜେଡିର ପଲଟିକାଲ୍ ଏଜେଣ୍ଟ ଭାବେ କାମ କରିବେ। ଉଭୟ ଦଳର ବିକଳ୍ପ ହେଉଛି କଂଗ୍ରେସ। ୫-ଟି ହେଉଛି ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥା। ବୟସ ଦୃଷ୍ଟିରୁ ନବୀନ ସବୁଆଡ଼େ ଆଦୌ ଯାଇ ପାରୁନାହାନ୍ତି। ନବୀନ ଏବେ ଓଡ଼ିଶାକୁ ପୁଣି ଥରେ ଲିଜ୍ ଦେବାକୁ ବସିଛନ୍ତି। ଦୁଇଟି ପଦବୀରେ ପାଣ୍ଡିଆନଙ୍କୁ ବସେଇ ନବୀନ ଓଡ଼ିଶା ପାଇଁ ଆସିଥିବା ୪ହଜାର କୋଟି ଟଙ୍କାକୁ ନିର୍ବାଚନରେ କିଣାବିକା କରିବାକୁ ତାଙ୍କର ଏହା ସୁଚିନ୍ତିତ ଯୋଜନା। ଓଡ଼ିଆ ଭାଇମାନେ ଠିକ୍ ସମୟରେ ଠିକ୍ ଜବାବ୍ ଦେବେ। ଓଡ଼ିଆ ଭାଇ ଓଡ଼ିଶାକୁ ଶାସନ କରନ୍ତୁ। ଓଡ଼ିଶାର ଶାସନ ଭାରକୁ ବାହାର ରାଜ୍ୟର ଲୋକଙ୍କୁ ଟେକା ଯାଇପାରିବନି।