ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପଦଯାତ୍ରା ଏକାମ୍ର ନିର୍ବାଚନ ମଣ୍ଡଳୀ ମହାବୀର ନଗରରୁ ଆରମ୍ଭ

ଭୁବନେଶ୍ୱର : ଏକାମ୍ର ନିର୍ବାଚନ ମଣ୍ଡଳୀର ମହାବୀର ନଗରରୁ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ “ଘରେ ଘରେ କଂଗ୍ରେସ- ଘରେ ଘରେ ହାତ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ପଦଯାତ୍ରାରେ ଘରକୁ ଘର ଯାଇ ଅଂଚଳର ଜନସାଧାରଣଙ୍କୁ ୨୩ ବର୍ଷର ବିଜେଡ଼ି ସରକାରର ପ୍ରତିଶ୍ରୁତି ଓ ପ୍ରତାରଣା ଏବଂ କେନ୍ଦ୍ରର ୧୦ ବର୍ଷର ସରକାରର ମିଛି ପ୍ରତିଶ୍ରୁତି ସମ୍ପର୍କରେ ଅବଗତ କରିଛନ୍ତି। ସେମାନେ କହଛନ୍ତି ରାଜ୍ୟରେ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କ ଦ୍ୱାରା ନିର୍ବାଚିତ ବିଜେଡି ସାଂସଦ, ବିଧାୟକ ଓ ବରିଷ୍ଠ ନେତୃଗଣଙ୍କର କୌଣସି କ୍ଷମତା ନାହିଁ। ରାଜ୍ୟ ସରକାର ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେସବୁ ମିଛ ଥିଲା ବୋଲି ଲୋକଙ୍କୁ ବୁଝାଇଥିଲେ। କଂଗ୍ରେସ ସରକାର ଆସିଲେ ସେ ଅଂଚଳର ନିଶ୍ଚିତ ବିକାଶ ଘଟିବ ବୋଲି ସ୍ଥିର ପ୍ରତିଶ୍ରୁତି ଦେଇଥିଲେ।
ପଦଯାତ୍ରା ଶିଶୁପାଳଗଡ଼ ପଂଚାୟତ ପାଖରେ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି, ଦେବରାଜ ମିଶ୍ର, ଅଶୋକ ଦାସ, ଇନ୍ଦ୍ରଜିତ ପରିଡ଼ା, ପ୍ରଶନ୍ନ ନାୟକ, ଦେବୀପ୍ରସାଦ ସ୍ୱାଇଁ, ସୌମେନ୍ଦ୍ର ମହାନ୍ତି, ବିପିନ ବିହାରି ରାଉତ, ପ୍ରଭାତ ପ୍ରତାପ ସିଂ, ମନୋରଞ୍ଜନ ବଟୁ, ଶ୍ରୀୟାସ୍ମିତା ପଣ୍ଡା, ଜୟଶ୍ରୀ ପାତ୍ର, ପୁଷ୍ପିତା ଦାସ, ରଶ୍ମି ମହାପାତ୍ର,ରିନା ସାହୁ, ସଂକୁନା କହଁର, ସେକ ତାକୱିନ, କ୍ଷୀରୋଦ ବେହେରା, ମହମ୍ମଦ ସାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ପ୍ରଶନ୍ନ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।