ମାଟ୍ରିକ୍ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ : ସାଇବର ଥାନା ଓ କ୍ରାଇମବ୍ରାଞ୍ଚରେ ଏତଲା

କଟକ : ମାଟ୍ରିକ୍ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ସାଇବର ଥାନା ଓ କ୍ରାଇମବ୍ରାଞ୍ଚରେ ଏତଲା। ବୋର୍ଡ କର୍ତ୍ତୃପକ୍ଷ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଖବର ଅନୁଯାୟୀ ଗତ ୪ ତାରିଖ ଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ଦଶମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣା ପଦାକୁ ଆସିଥିଲା। ତ୍ରିଶକ୍ତି ଏଜୁକେସନ ନାମକ ୟୁଟ୍ୟୁବ ଚ୍ୟାନେଲରେ ପ୍ରତ୍ୟେକ ବିଷୟର ପ୍ରଶ୍ନପତ୍ର ସହିତ ଉତ୍ତର ଅପଲୋଡ୍ କରାଯାଉଛି। ଯାହାର ଲିଙ୍କ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସେହି ପ୍ରଶ୍ନ ପରୀକ୍ଷାରେ ପଡ଼ୁଥିବା ଦେଖାଯାଉଛି। ପ୍ରଥମେ ପ୍ରଶ୍ନପତ୍ର ଓ ଅଧଘଣ୍ଟାରୁ ଘଣ୍ଟାଏ ମଧ୍ୟରେ ଉତ୍ତର ଅପଲୋଡ଼ କରାଯାଉଛି। ଘଣ୍ଟାଏ ପରେ ସେଗୁଡିକ ଡିଲିଟ୍ କରି ଦେଉଛନ୍ତି। ସେହିପରି ଟେଲିଗ୍ରାମରେ ହଜାର ହଜାର ସବସ୍କ୍ରାଇବର ପ୍ରଶ୍ନ ଓ ଉତ୍ତର ସହଜରେ ପାଇଯାଉଛନ୍ତି। ଏହିସବୁ ଘଟଣା ପଦାକୁ ଆସିବା ପରେ ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀ ମାନସିକ ଚିନ୍ତାରେ ଚାପଗ୍ରସ୍ତ ରହିଥିବା ଦେଖାଯାଉଛି । ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କେମିତି ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Back to top button