ହତ୍ୟା କରି ଶବ ଉପରେ ନାଚିଲା ଅଭିଯୁକ୍ତ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ୱେଲକମ୍ ଅଞ୍ଚଳରେ ନାବାଳକ ଘଟାଇଛି ବିଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଏକାଧିକ ଥର ଛୁରୀ ଭୁସି ମାରିବା ପରେ ଶବ ଉପରେ ନାଚିଛି। ଏହାର ଭିଡିଓ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି।
ଖବର ଅନୁଯାୟୀ ଡକାୟତି ପାଇଁ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକଙ୍କଠୁ ଅଭିଯୁକ୍ତ ନାବାଳକ ୩୫୦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ୨୧ ତାରିଖ ରାତିରେ ଘଟିଥିବା ବେଳେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି।
ସିସିଟିଭି ଫୁଟେଜରେ ଦେଖାଯାଉଛି ନାବାଳକ ଜଣକ ଯୁବକଙ୍କୁ ଏକାଧିକ ଥର ଛୁରୀ ଭୁଷୁଛି। ସେ ତଳେ ପଡିଯିବା ପରେ ମରିଛି କି ନାହିଁ ପରୀକ୍ଷା କରୁଛି। ଆଉ ବେକକୁ ବାରମ୍ବାର ଛୁରୀରେ କାଟୁଛି। ଏହାପରେ ଶବ ଉପରେ ଛିଡା ହୋଇ ନାଚୁଛି।