ଅସହାୟ ଦର୍ଶାଇଲେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ ଦିଲ୍ଲୀପ ପଟ୍ଟନାୟକ

ଭୁବନେଶ୍ଵର : ବିଜୁ ବାବୁଙ୍କ ପୁତୁରା ତଥା ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ଦିଲ୍ଲୀପ ପଟ୍ଟନାୟକ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ସେ ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ନିବେଦନ କରିଥିବା ଜଣାପଡିଛି।
ଖବର ଅନୁଯାୟୀ କଟକ ବିଜୁ ପଟ୍ଟନାୟକ ଛକ ଆନନ୍ଦ ଭବନରେ ରହୁଛନ୍ତି ଦିଲ୍ଲୀପ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସେ ଏକାଠି ପିଲାବେଳ କାଟିଥିଲେ। କିନ୍ତୁ ଏବେ ସେ ଅସହାୟ। ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନା ହେଉ କିମ୍ବା କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ତାଙ୍କୁ ସାମିଲ କରିବାକୁ କରିଛନ୍ତି ଆବେଦନ। ଦିଲ୍ଲୀପଙ୍କ ବୟସ ୭୬ ବର୍ଷ ହୋଇଥିବାରୁ ସେ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟୁ ହିତାଧିକାରୀ।
ସୂଚନାଯୋଗ୍ୟ କିଛିିଦିନ ତଳେ ଦିଲ୍ଲୀପ ଅସୁସ୍ଥ ଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ତାଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅପିଲ କରିଥିଲେ। ଖବର ପ୍ରସାରଣ ପରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଦିଲ୍ଲୀପଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ବିଭିନ୍ନ ସଂଗଠନର ସଦସ୍ୟମାନେ ଦିଲ୍ଲୀପକୁ ଭେଟି ସମବେଦନା ଜଣାଇଥିବ ବେଳେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସହାୟତା ଦିଆଯାଇନାହିଁ।



























