ଶତ୍ରୁପକ୍ଷର ଡ୍ରୋନକୁ ଅକାମି କରିବ ସ୍ଵଦେଶୀ ଜାମର୍
ବ୍ରହ୍ମପୁର : ଶତ୍ରୁ ପକ୍ଷର ଡ୍ରୋନ୍କୁ ବହୁ ଦୂରରୁ ଅକାମୀ କରିଦେଇ ହେବ। ଏଭଳି ଟେକ୍ନୋଲୋଜି ଜାମର୍। ଆମ ଦେଶରେ ବିକଶିତ ହୋଇଛି। ଆଜି ବ୍ରହ୍ମପୁର ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ତିନି ସେନାକୁ ନେଇ ଆୟୋଜିତ ସେମିନାରରେ ଏହି ଜ୍ଞାନକୌଶଳ ପ୍ରଦର୍ଶନ କରାଯାଇଛି।
ଖବର ଅନୁଯାୟୀ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ବିଗାଡିବା ପାଇଁ ଶତ୍ରୁରାଷ୍ଟ୍ର ଭାରତ ଆକାଶରେ ଡ୍ରୋନ୍ ଉଡାଉଛି। ଆଉ ଡ୍ରୋନରେ ବିସ୍ଫୋରକ ଥିବା ସନ୍ଦେହ ମଧ୍ୟ କରାଯାଉଛି। ଏଭଳିସ୍ଥିତିରେ ଡ୍ରୋନ ଡିଟେକ୍ଟର, କାଉଣ୍ଟର ଡ୍ରୋନ୍ ଟେକ୍ନୋଲୋଜି ତଥା ଡ୍ରୋନ୍ ଗନ୍ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ଗୁରୁତ୍ୱ ବେଶ୍ ବଢ଼ିଯାଇଛି।
ନୂଆ ଜ୍ଞାନକୌଶଳରେ ପ୍ରସ୍ତୁତ ହେବ ଆଣ୍ଟି ଡ୍ରୋନ ଜାମର୍ ଓ ଡ୍ରୋନ୍ ଗନ୍। ଯେଉଁଥିରେ ଦୂରରୁ ଡ୍ରୋନକୁ ଡିଟେକ୍ଟ କରିବା ସହିତ ଅକାମୀ ମଧ୍ୟ କରାଯାଇପାରିବ। ଏଥିରୁ ଗୁଳି ଫୁଟିବନି କିମ୍ବା ଶବ୍ଦ ସୃଷ୍ଟି ବାହାରିବନି। ଏହାଦ୍ଵାରା ଆକାଶ ମାର୍ଗରୁ ଶତ୍ରୁ ପକ୍ଷ ଡ୍ରୋନକୁ ତଳକୁ ଖସାଇ ଦିଆଯାଇ ପାରିବ। ଏହି କାଉଣ୍ଟର ଡ୍ରୋନ୍ ଟେକ୍ନୋଲୋଜି ଏବେ ଆମ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହେବା ପାଇଁ ପ୍ରକ୍ରିୟା ଚାଲିଛି। ଆଣ୍ଟି ଡ୍ରୋନ ଜାମର୍ ଦ୍ୱାରା ପ୍ରାୟ ୮ କିଲୋମିଟର ଦୂରରୁ ଡ୍ରୋନ୍ ଆସୁଛି କି ନାହିଁ ଜାଣି ହେବ।
ଏହି ‘ଶତ୍ରୁ ଡ୍ରୋନମ୍ ବିନାସ’ ଶୀର୍ଷକ କର୍ମଶାଳାରେ ତିନି ସେନାର ପଦଧିକାରୀଙ୍କ ସହିତ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ, ଇଣ୍ଡିଆନ୍ କୋଷ୍ଟ ଗାର୍ଡ, ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ପ୍ରତିନିଧିମାନେ ଯୋଗ ଦେଇଥିଲେ।