ଆକ୍ରମଣରେ ମହିଳା ପୋଲିସଙ୍କ ମୁଣ୍ଡ ଫାଟିଲା

ଜତସିଂହପୁର : ଆକ୍ରମଣରେ ତିର୍ତ୍ତୋଲ ଥାନାର ଏଏସଆଇ ସୁଷମା ମୁଦୁଲି ଗୁରୁତର। ତାଙ୍କ ମୁଣ୍ଡ ପଛରେ ବଡ଼ କ୍ଷତ ହୋଇଛି। ଏସ୍‌ଆଇ ନିଲମ ସୋରେଙ୍ଗ ମଧ୍ୟ ଆହତ ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସ ଟିମର ଏପରି ଅବସ୍ଥା ହୋଇଥିବା ଜଣାପଡିଛି।

ତିର୍ତ୍ତୋଲ ଏସଡିପିଓ ପ୍ରଶାନ୍ତ କୁମାର ମାଝିଙ୍କ ସୂଚନା ଅନୁଯାୟୀ ଗତମାସ ୭ ତାରିଖରେ ଶିରୋଳ ଗ୍ରାମର ପ୍ରସନ୍ନ ଲେଙ୍କାଙ୍କ ପରିବାର ଉପରେ କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ତାଙ୍କ ଘରେ ଭଙ୍ଗାରୁଜା ସହ ଜିନିଷ ପତ୍ର ପୋଡାଜଳା ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିବା ସହିତ ଜଣଙ୍କୁ ଗିରଫ କରିଥିଲେ ହେଁ ଅନ୍ୟମାନେ ଫେରାର ଥିଲେ।

ପୋଲିସକୁ ଖବର ମିଇଥିଲା ଅଭିଯୁକ୍ତମାନେ ଗାଁରେ ପହଞ୍ଚିଛନ୍ତି। ତେଣୁ ଗତରାତିରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସମୟରେ ବେଳେ ସେମାନଙ୍କ ସହ ଗ୍ରାମର କିଛିଲୋକ ମିଶି ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ମହିଳା ଏଏସ୍‌ଆଇ ଗୁରୁତର ହୋଇ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟଜଣେ ପୋଲିସ ଅଧିକାରୀ ସାମାନ୍ୟ ଆହତ ହୋଇଥିବା ବେଳେ ୫ ଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button