ଦୁଇ ବନ୍ଧୁକ ବ୍ୟବସାୟୀ ଗିରଫ

କଟକ : ମାଲଗୋଦାମ ଥାନା ଅଞ୍ଚଳରୁ ଦୁଇ ବନ୍ଧୁକ ବ୍ୟବସାୟୀ ଗିରଫ। ଗ୍ରାହକ ଖୋଜୁଥିବା ବେଳେ ପୋଲିସ ହାତରେ ଧରା ପଡିଥିବା ଜୋବ୍ରା ପରେଶ୍ଵରର ମୁନା ରାଓ ଓ ସୌଭାଗ୍ୟ ଦାସ ଓରଫ ବବଲୁକୁ କୋର୍ଟ ଚାଲାଣ କରାଯାଇଛି। ଏହି ଅଭିଯୁକ୍ତଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ମାଗାଜିନ୍ ଜବତ ହୋଇଛି।

ଖବର ଅନୁଯାୟୀ ପୂଜା ସମୟରେ ଲୋକଙ୍କୁ ଡରାଇ ଧମକାଇ ଅପରାଧୀମାନେ ଟଙ୍କା ଆଦାୟ କରିବା ପାଇଁ ବନ୍ଧୁକ ଓ ଗୁଳି ଖୋଜିଥାନ୍ତି। ସେମାନଙ୍କୁ ହତିଆର ଯୋଗାଇବା ପାଇଁ ଦୁଇ ଅଭିଯୁକ୍ତ ପ୍ରସ୍ତୁତ ରହିଥିଲେ। ଏ ସମ୍ପର୍କରେ ସୂଚନା ପାଇ ମାଲଗୋଦାମ ଥାନା ଅଧିକାରୀ ତୃପ୍ତିରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚଢଉ କରି ଦୁଇ ଅପରାଧୀଙ୍କୁ ଗିରଫ କରିଥିଲା। ଏମାନଙ୍କ ନାଁରେ ପୂର୍ବରୁ ବନ୍ଧୁକ କାରବାର ମାମଲା ରହିଛି। ତେବେ ଦୁଇଜଣଙ୍କର ଅନ୍ୟ କେଉଁ ବନ୍ଧୁକ ବେପାରୀଙ୍କ ସହ ସମ୍ପର୍କ ରହିଛି କି ନାହିଁ ତାର ଖୋଳତାଡ଼ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button