ଏକାଦଶ ଓ ଅଷ୍ଟମ ଶ୍ରେଣୀ ପାଇଁ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର : ଆସନ୍ତା ୨୧ରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲିବ। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ଦିନ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଏକାଦଶ କ୍ଲାସ୍‌ ଚାଲିବ। ସେହିପରି ଅଷ୍ଟମ ଶ୍ରେଣୀ କ୍ଲାସ ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ଚାଲିବ। ଏହି ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବନାହିଁ। ସ୍କୁଲ ଖୋଲିଲେ ମଧ୍ୟ ଅଫଲାଇନ୍‌ ସହ ଅନଲାଇନ୍‌ରେ କ୍ଲାସ ହେବ। ଅଭିଭାବକଙ୍କ ସହ କଥା ହୋଇ ପିଲା ସ୍କୁଲକୁ ଆସି କ୍ଲାସ କରିପାରିବେ। କଣ୍ଟେନମେଣ୍ଟ ଜୋନ୍‌ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଛି।

ସୂଚନାଯୋଗ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଏବେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଅଫଲାଇନ ପାଠପଢ଼ା ଜାରି ରହିଛି। ପିଲାମାନେ ମାସ୍କ ପିନ୍ଧି ସ୍କୁଲ ଯାଉଛନ୍ତି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ନିଆଯାଇନଥିବା ବିଭାଗୀୟ ମନ୍ତ୍ରୀ ଗଣାମାଧ୍ୟକୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button