୧୦ ସୁଦ୍ଧା ୫ ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ୮ରୁ ୧୦ ତାରିଖ ମଧ୍ୟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା ହେବ। ଏହି ରାଜ୍ୟ ଗୁଡିକ ହେଲା ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଓ ମଧ୍ୟପ୍ରଦେଶ।
ଖବର ଅନୁଯାୟୀ ଏକ ଟିଭି ଚ୍ୟାନେଲରେ କୁହାଯାଇଛି ଆସନ୍ତା ନଭେମ୍ବର ଦ୍ଵିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ୫ଟି ରାଜ୍ୟର ନିର୍ବାଚନ ହେବାର ସମ୍ଭାବନା ରହିଛି। ୨୦୧୮ ନିର୍ବାଚନ ଭଳି ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ, ତେଲେଙ୍ଗାନରେ ଗୋଟିଏ ପର୍ଯ୍ୟାୟରେ ଓ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ତେବେ ଭିନ୍ନ ଭିନ୍ନ ତାରିଖରେ ୫ଟି ଯାକ ରାଜ୍ୟରେ ନିର୍ବାଚନ ଏବଂ ଡିସେମ୍ବର ୧୦ରୁ ୧୫ ତାରିଖ ମଧ୍ୟରେ ଭୋଟ ଗଣତି ହୋଇପାରେ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ମିଜୋରାମ ବିଧାନସଭା ନିର୍ବାଚନ ଅବଧି ଚଳିତବର୍ଷ ଡିସେମ୍ବର ୧୭ରେ ଶେଷ ହେବ। ସେହିପରି ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭାର ଅବଧି ଜାନୁଆରି ମାସରେ ଶେଷ ହେଉଛି।