ରିଅଲ ଇଷ୍ଟେଟ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲ୍ୟୁର ଜେରା

ଭୁବନେଶ୍ଵର : ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍ ୱାନର ମାଲିକ ତପନ ମହାନ୍ତି ଓ ତାଙ୍କ ପୁଅଙ୍କୁ ଆଜି ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ୩ ଘଣ୍ଟା ଜେରା କରିଛି।
ଖବର ଅନୁଯାୟୀ ଜେଡ୍ ୱାନ୍ର ରଘୁନାଥପୁର ସ୍ଥିତ ଆପାର୍ଟମେଣ୍ଟନର ଓନର ଆସୋସିଏସନ୍ ତାଙ୍କ ନାଁରେ ଇନଫୋସିଟି ଥାନାରେ ଏତଲା ଦେଇଥିଲା। ଅଭିଯୋଗ ଥିଲା ଆପାର୍ଟମେଣ୍ଟ ନିର୍ମାଣ ବେଳେ ଅନେକ ଅନିୟମିତତା ହୋଇଛି। ଯେଉଁ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାର ନଥିଲା ସେଠାରେ ହୋଇନାହିଁ। କିନ୍ତୁ ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ କିମ୍ବା ତପନ ମହାନ୍ତି କୌଣସି ସୂଚନା ଡେନାହାନ୍ତି।