ଗାଜା : ବୋମାମାଡ଼ରେ ‘ଅଲ୍ ଜଜୀରା’ ଇଞ୍ଜିନିୟଙ୍କ ପରିବାରର ୧୯ ମୃତ

ଗାଜା ସିଟି : ହମାସ୍ ଆତଙ୍କବାଦୀମାନଙ୍କୁ ସଫା କରିବା ଲକ୍ଷ୍ୟରେ ଇସ୍ରାଏଲ୍ ସ୍ଥଳଭାଗରେ ଚଳାଇଛି। ଜାରି ରହିଛି ବୋମାମାଡ। ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ବୋମା ପଡ଼ିବାରୁ ବୈଦ୍ୟୁତିକ ଗଣମାଧ୍ୟମ ‘ଅଲ୍ ଜଜୀରା’ ବ୍ରଡ୍କାଷ୍ଟ୍ ଇଞ୍ଜିନିୟର୍’ଙ୍କ ପରିବାରର ୧୯ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଖବର ଅନୁଯାୟୀ ଅଲ୍ ଜଜୀରା ରିପୋର୍ଟ କରିଛି ଗାଜା ବ୍ୟୁରୋରେ କାର୍ଯ୍ୟ କରୁଥିବା ମହମ୍ମଦ୍ ଆବୁ ଅଲ୍-କ୍ୟୁମ୍ସାନ ତାଙ୍କର ବାପା, ଭାଇ, ୨ ଭଉଣୀ, ୮ ପୁତୁରା ଓ ଝିଆରୀଙ୍କ ସମେତ ଅନ୍ୟାନ୍ୟ ଆତ୍ମୀୟଙ୍କୁ ହରାଇଛନ୍ତି। ମଙ୍ଗଳବାର ଜାବାଲିଆ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍ ବିମାନ ଆକ୍ରମଣ କରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଅନ୍ୟୂନ ୫୦ଜଣ ପାଲେଷ୍ଟିନୀୟ ଓ ଜଣେ ହମାସ୍ କମାଣ୍ଡର୍ଙ୍କର ମୃତ୍ୟୁ ଘଟିଛି।




























