ପିଲାଙ୍କ ଯତ୍ନ ପାଇଁ ମହିଳା ଓ ଏକୁଟିଆ ପୁରୁଷ କର୍ମଚାରୀଙ୍କୁ ମିଳିବ ୭୩୦ ଦିନ ଛୁଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ମହିଳା ଓ ଏକୁଟିଆ ଥିବା ପୁରୁଷ ସରକାରୀ କର୍ମଚାରୀଙ୍କୁ ପିଲାଙ୍କ ଯତ୍ନ ପାଇଁ ଚାକିରି କାଳ ମଧ୍ୟରେ ୭୩୦ ଦିନ ଛୁଟି ମିଳିବ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତକାଲି ସଂସଦରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇପାରିବେ। ଦୁଇ ଜ୍ୟେଷ୍ଠ ସନ୍ତାନଙ୍କ ଯତ୍ନ ପାଇଁ ଏହି ଛୁଟି ମିଳିବ। ଯଦି ଦିବ୍ୟାଙ୍ଗ ସନ୍ତାନ ଥାନ୍ତି ତା’ହେଲେ ଏହି ଛୁଟି ଅସୀମିତ ମିଳିବ। ସିଭିଲ ସର୍ଭିସ୍‌ ଅଧିକାରୀଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ସୂଚନାଯୋଗ୍ୟ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ନିକଟରେ ମାତୃତ୍ୱ ଛୁଟିକୁ ୧ ବର୍ଷକୁ ବୃଦ୍ଧି କରିଛନ୍ତି। ସେହିପରି ସ୍ପେନ୍‌ରେ ଶିଶୁର ଲାଳନପାଳନ ପାଇଁ ବାପାଙ୍କୁ ୧୬ ସପ୍ତାହର ଛୁଟି ମିଳୁଥିବା ବେଳେ ସ୍ୱିଡେନ୍‌ରେ ୩ ମାସ ଛୁଟି ରହିଛି। ଫିନ୍‌ଲାଣ୍ଡରେ ଉଭୟ ପିତା-ମାତାଙ୍କ ପାଇଁ ୧୬୪ ଦିନ ଛୁଟି ମିଳୁଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button