ପ୍ରେମିକର ମୃତ୍ୟୁ : ମାସକ ପରେ ପ୍ରେମିକା ଗିରଫ

ଭଦ୍ରକ : ହୋଟେଲ୍‌ରେ ଶୋଇଥିବା ବେଳେ ପ୍ରେମିକର ମୃତ୍ୟୁ। ଏହି ଘଟଣାରେ ପ୍ରେମିକା ଇପ୍‌ସିତା ବେହୁରାଙ୍କୁ ଭଦ୍ରକ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଭଣ୍ଡାରିପୋଖରୀ ଜଳହରି ଗାଁର ଦେବରାଜ ସାମଲ ସେପ୍ଟେମ୍ବର ୩ ତାରିଖରେ ଚରମ୍ପାର ଏକ ଗେଷ୍ଟ ହାଉସ୍‌ରେ ପ୍ରେମିକା ଇପ୍‌ସିତା ବେହୁରା ସହ ରହିଥିଲେ। ସେହି ରାତିରେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ମୃତଦେହ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ହୋଟେଲ୍‌ରୁ ମଦ ବୋତଲ ଓ କଣ୍ଡୋମ ଜବତ କରିଥିଲା।

ଦେବରାଜଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବାରୁ ପୋଲିସ ମାମଲା ରୁଜୁକରି ପ୍ରେମିକା ଇପ୍‌ସିତାଙ୍କୁ ପଚରାଉଚରା କରିଥିଲା। ଗତ ବୁଧବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପାରିପାର୍ଶ୍ୱିକ ସ୍ଥିତି ଅନୁସାରେ ଗୁରୁବାର ପ୍ରେମିକା ଇପ୍‌ସିତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button