ଆଣବିକ ବୋମା’ ଉଦ୍‌ଘାଟନ୍‌ କଲେ କିମ୍‌

ସିଓଲ୍‌ : ମିଳିତ ସମରାଭ୍ୟାସ ନିମନ୍ତେ ଆମେରିକାର ବିମାନବାହୀ ଯୁଦ୍ଧପୋତ ଦକ୍ଷିଣ କୋରିଆରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆ କ୍ଷେପଣାସ୍ତ୍ରରେ ବ୍ୟବହୃତ ଛୋଟଧରଣର ନୂଆ ପରମାଣୁ ବୋମା ଉନ୍ମୋଚନ କରିଥିବା ରିପୋର୍ଟ କରିଛି ରାଷ୍ଟ୍ରାୟତ ଗଣମାଧ୍ୟମ।

ସୂଚନା ଅନୁଯାୟୀ ‘ହ୍ଵାସାନ୍‌-୩୧ଏସ୍‌’ -୩୧ଏସ୍‌’ ନାମକ ଏହି କ୍ଷେପଣାସ୍ତ୍ର ଆଣବିକ ବୋମା ବା ‘ୱାର୍‌ହେଡ୍‌ସ୍‌’ର କିଛି ଫଟୋ ଉତ୍ତର କୋରିଆର ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ‌ଏଜେନ୍‌ସି’ (କେସିଏନ୍‌ଏ) ରିଲିଜ୍‌ କରିଛି। ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଆଣବିକ ଅସ୍ତ୍ର ପ୍ରତିଷ୍ଠାନ ପରିଦର୍ଶନ କରି ନୂଆ ‘ଟ୍ୟାକ୍ଟିକାଲ୍‌’ ଆଣବିକ ଅସ୍ତ୍ରଶସ୍ତ୍ର ଦେଖିବା ସହିତ ସେଗୁଡ଼ିକୁ ବାଲିଷ୍ଟିକ୍‌ ‌କ୍ଷେପଣାସ୍ତ୍ରରେ ଖଞ୍ଜାଯିବାର କୌଶଳ ଦେଖି‌ଥିଲେ। ଏହାଛଡ଼ା ଆଣବିକ ପ୍ରତିଆକ୍ରମଣ ଅଭିଯାନର ଯୋଜନା ମଧ୍ୟ ଯାଞ୍ଚ କରିଥିଲେ ବୋଲି କୁହାଯାଇଛି।

୨୦୧୬ର ଆଣବିକ ଅସ୍ତ୍ର ସହିତ ନୂଆ ଅସ୍ତ୍ରକୁ ତୁଳନା କରି ସିଓଲ୍‌ ନ୍ୟାସ୍‌ନାଲ୍‌ ୟୁନିଭର୍ସିଟିର ଆଣବିକ ଇଞ୍ଜିନିୟରିଙ୍ଗ୍‌ର ପ୍ରଫେସର୍‌ କୁନେ ୱାଇ ସୁ କହିଛନ୍ତି ଛୋଟ କଳେବର ମଧ୍ୟରେ ଅଧିକ ଶକ୍ତି ନିହିତ ଅଛି। ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଆଣବିକ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବା ଲାଗି କିମ୍‌ ଜୋଙ୍ଗ୍‌ ଉନ୍‌ ଆଦେଶ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button