ନିଶାଦେଇ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ମୌଲାନା ଓ ସହଯୋଗୀ

ଗୋଣ୍ଡା : ମାନସିକ ବିକାରଗ୍ରସ୍ତ ଓ ଭିନ୍ନକ୍ଷମ ସ୍ଵାମୀଙ୍କୁ ଝଡ଼ାଫୁଙ୍କା ପାଇଁ ନେଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ। ମୌଲାନା ଓ ତାଙ୍କ ସହଯୋଗୀମାନେ ମହିଳାଙ୍କୁ ନିଶାଦେଇ ଏପରି କୁକାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଘଟଣାଟି ଉତ୍ତରପ୍ରଦେଶ ଗୋଣ୍ଡାର ପାରସପୁର ଥାନା ଅଞ୍ଚଳରେ ଘଟିଛି। ପୋଲିସ ତଦନ୍ତ ଅନୁସାରେ ମହିଳାଙ୍କ ସ୍ଵାମୀ ମାନସିକ ବିକାରଗ୍ରସ୍ତ ଓ ଭିନ୍ନକ୍ଷମ। ତେଣୁ ମହିଳା ଜଣକ ସ୍ଵାମୀଙ୍କୁ ଝଡ଼ାଫୁଙ୍କା ପାଇଁ ତଥାକଥିତ ମୌଲାନାଙ୍କ ପାଖକୁ ଯାଇଥିଲେ। ସେଠାରେ ମୌଲାନା କଲ୍ଲୁ ଓରଫ ମୁଜାଫର ଅଲ୍ଲୀ ଚିକିତ୍ସା ନାଁରେ ତାଙ୍କ ସ୍ୱାମୀଙ୍କୁ ଚାପୁଡ଼ା ମାରିଥିବା ବେଳେ ମହିଳାଙ୍କୁ ନିଶାଦେଇ ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲେ।

କେବଳ ସେତିକି ନୁହେଁ ମହିଳାଙ୍କ ଅଭିଯୋଗ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ଓ ଇସଲାମ ଧର୍ମ ଗ୍ରହଣ କରି ବିବାହ କରିବାକୁ ମୌଲାନା ଚାପ ପକାଇବା ଆରମ୍ଭ କରିଥିଲେ। ସେ ବିବାହ କରିବାକୁ ମନା କରିବାରୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ମହିଳାଙ୍କୁ ପୁଣି ଗଣଦୁଷ୍କର୍ମ କରାଯାଇଥିଲା। ଏହାର ମୁଖ୍ୟ ଅଭିଯୁକ୍ତ ମୌଲାନା ଓ ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ କେତେଜଣ ଫେରାର ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button