ଆବାସିକ କୋଠାରେ ଅଗ୍ନିକାଣ୍ଡ : ୯ ମୃତ

ହାଇଦ୍ରାବାଦ : ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି।
ଖବର ଅନୁଯାୟୀ ସୋମବାର ସକାଳେ ଆବାସିକ କୋଠାରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୬ ଜଣଙ୍କ ମୃତଦେହ ଉଦ୍ଧାର କରିବା ପରେ ଆଉ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଉଦ୍ଧାରକାରୀ ଟିମ୍ ନିଆଁକୁ ଆୟତ୍ତ କରାଯିବା ସହିତ ୨୧ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଅଚେତ୍ ଅବସ୍ଥାରେ ଉଦ୍ଧାର ହୋଇଥିବା ୧୦ ଜଣଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ଅନୁସନ୍ଧାନରୁ କୁହାଯାଉଛି ବିଲ୍ଡିଂର ତଳ ମହଲାରେ ରସାୟନ ରହିଥିଲା। ଉପର ମହଲାରେ ଲୋକେ ରହୁଥିଲେ। ସକାଳେ କାର୍ ମରାମତି ବେଳେ ନିଆଁ ଝୁଲ ଛିଟକି ରସାୟନ ଉପରେ ପଡିବାରୁ ଅଘଟଣ ଘଟିଥିଲା।