୧୭୦୦ ମିଟର ପଛକୁ ଘୁଞ୍ଚିଛି ଗଙ୍ଗୋତ୍ରୀ ବରଫ

ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବିଶ୍ଵରେ ଉତ୍ତାପ ବଢୁଛି। ଏହାର କୁପ୍ରଭାବ ପଡ଼ୁଛି ହିମାଳୟର ବରଫ ଉପରେ। କମ୍ ତୁଷାରପାତ ଓ ଅଧିକ ବର୍ଷା ଯୋଗୁଁ ବରଫ ଦ୍ରୁତ ଗତିରେ ତରଳୁ ଥିବାରୁ ବର୍ତ୍ତମାନ ସ୍ଥିତିରେ ତୁଷାରପାତର ଆବଶ୍ୟକତା ରହିଛି।

ଖବର ଅନୁଯାୟୀ ଶୀତଦିନେ ହିମାଳୟ ରେଞ୍ଜରେ ତୁଷାରପାତ ହୋଇନଥିବା ବେଳେ ବର୍ଷା ଋତୁରେ ପ୍ରବଳ ବର୍ଷା ଚାଲିଛି। ସେଥିପାଇଁ ବରଫ ତରଳିବାରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଛି। ଗୋବିନ୍ଦ ବଲ୍ଲଭ ପନ୍ତ ହିମାଳୟ ପରିବେଶ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ସୁଶୀଲ ନୌତିଆଲ କହିଛନ୍ତି ବରଫ ଭାଙ୍ଗିବା ଓ ଦ୍ରୁତ ତରଳିବା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଗତ ୮୬ ବର୍ଷ ରେ ଗଙ୍ଗୋତ୍ରୀ ବରଫ ୧୭୦୦ ମିଟର ପଛକୁ ହଟିଛି।

୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ଗଙ୍ଗୋତ୍ରୀ ବରଫ ପ୍ରତିବର୍ଷ ୭ ମିଟର ପଛକୁ ହଟିଥିବା ବେଳେ ୨୦୧୭ରୁ ୨୦୨୨ ମଧ୍ୟରେ ଏହି ବେଗ ପ୍ରତିବର୍ଷ ୩୪ ମିଟର ଘୁଞ୍ଚି ଚାଲିଛି। ସ୍ଥିତିର ଗୁରୁତ୍ଵକୁ ଦୃଷ୍ଟିରେ ରଖି ଜିବି ପନ୍ତ ହିମାଳୟ ପରିବେଶ ପ୍ରତିଷ୍ଠାନ ଦେଶର ଜଣାଶୁଣା ଅନୁଷ୍ଠାନମାନଙ୍କ ସହ ପରିବର୍ତ୍ତିତ ସ୍ଥିତିର ଅଧ୍ୟୟନ କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *

Back to top button