ହନିଟ୍ରାପ : ଅଭିଜିତଙ୍କ ସମ୍ପର୍କରେ ପାକିସ୍ତାନୀ ସୁନ୍ଦରୀ

ଭୁବନେଶ୍ୱର : ଓଡ଼ିଶାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି। ଏହି ଘଟଣାରେ ପୁଣେରୁ ଗିରଫ ହୋଇଛନ୍ତି ଅଭିଜିତ ଜାମ୍ବୁରେ। ପାକିସ୍ତାନ, ଆଇଏସ୍ଆଇ ଓ ନାଇଜେରିଆ ଲିଙ୍କ୍ ସାମ୍ନାକୁ ଆସିବାରୁ ତାକୁ କ୍ରାଇମ୍ବ୍ରଞ୍ଜ ଏସ୍ଟିଏଫ୍ ଟିମ୍ ରିମାଣ୍ଡରେ ଆଣି ଜେରା କରିଛି। ଆଜି ତୃତୀୟ ଦିନରେ ଏନଆଇଏ, ଆଇବି, ଏସଟିଏଫ କରିଥିବା ଜେରବେଳେ ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି ସାମ୍ନାକୁ ଆସୁଛି ହନିଟ୍ରାପ ମାମଲା।
ଖବର ଅନୁଯାୟୀ ନୁର ଫାତିମା ନାମ୍ନୀ ପାକିସ୍ତାନର ଜଣେ ମହିଳାଙ୍କ ସହ ଅଭିଜିତ ସମ୍ପର୍କରେ ଥିବା ଜଣାପଡିଛି। ଏହି ସମ୍ପର୍କ କ’ଣ ସେନେଇ ପଚରାଉଚରା ଜାରି ରହିଥିବା ବେଳେ ନୁର ଫାତିମାଙ୍କ ସହ ପାକିସ୍ତାନ ଆର୍ମିର ବରିଷ୍ଠ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ସହ ଘନିଷ୍ଠ ସମ୍ପର୍କ ରହିଛି। ହମିଦ ନୁରକୁ ହନି ଟ୍ରାପରେ ବ୍ୟବହାର କରିଥିବା ମଧ୍ୟ ଜଣାପଡୁଛି। ସେହିପରି ପଠାଣି ସାମନ୍ତର ମଧ୍ୟ ନୁର ଫାତିମା ସହ ଘନିଷ୍ଠତା ରହିଛି। ଏଥିପାଇଁ ଏବେ ଅଭିଜିତଙ୍କ ମହିଳା ବନ୍ଧୁ କିଏ କାହା ସହ ତାଙ୍କର ରିଲେସନସିପ ଅଛି କି ନାହିଁ ସେନେଇ ପଚରାଉଚରା ଚାଲିଛି।
ସୂଚନାଯୋଗ୍ୟ ମାସକୁ ୫୦ ହଜାର ଟଙ୍କା ଲୋଭରେ ନୟାଗଡ଼ ଇଟାମାଟିର ପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ବିଭିନ୍ନ ତଥ୍ୟ ଯେଗାଇ ଆସୁଥିଲେ। ମେ’ ୧୪ରେ ପ୍ରଥମେ ଏସ୍ଟିଏଫ୍ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପ୍ଟପ, ୪୭ଟି ସିମ୍କାର୍ଡ, ୬୧ଟି ଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ପରେ ଆତଙ୍କୀ ଲିଙ୍କ୍ର ଗୁମର ପଦାକୁ ଆସିଥିଲା।