ଗରୁଡ଼ ପୁରାଣ : ମରିବା ସମୟରେ କେମିତି ହୋଇଥାଏ ଅନୁଭବ ?
ମୃତ୍ୟୁ ହିଁ ଅନ୍ତିମ ସତ୍ୟ। ଏଥିରୁ ଲୋକଙ୍କୁ ଯେତିକି ଡର ଲାଗିଥାଏ, ସେତିକି ହିଁ ଏହା ବିଷୟରେ ଜାଣିବା ପାଇଁ ଉତ୍ସୁକତା ଭରି ରହିଥାଏ। ହିନ୍ଦୁ ଧର୍ମ ପୁରାଣରେ ଗରୁଡ଼ ପୁରାଣକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ଏହି ପୁରାଣ ଜନ୍ମ-ମୃତ୍ୟୁ ଏବଂ ଏହା ପରର ଯାତ୍ରା ବିଷୟରେ କହିଥାଏ। ଏଥିରେ ବର୍ଣ୍ଣନା କରାଯାଇଛି କି, ମରିବା ସମୟରେ ବ୍ୟକ୍ତିକୁ କିଭଳି ଅନୁଭବ ହୋଇଥାଏ ଏବଂ ମରିବା ପରେ ବ୍ୟକ୍ତିର ଆତ୍ମା ସହିତ କ’ଣ ହୋଇଥାଏ। ଗରୁଡ଼ ପୁରାଣରେ କୁହାଯାଇଛି, ମରିବା ସମୟରେ ବ୍ୟକ୍ତିର ସବୁ ଇନ୍ଦ୍ରିୟ ଶିଥିଳ ପଡ଼ିବାରେ ଲାଗିଥାଏ। ତାଙ୍କର ସ୍ମୃତିଶକ୍ତି ଶହ ଶହ ବର୍ଷର ପୁରୁଣା କଥାଗୁଡ଼ିକୁ ବି ମନେ ପକାଇ ଦେଇଥାଏ। ତାଙ୍କୁ ନିଜ ଜୀବନର ସମସ୍ତ ଭଲ, ଖରାପ କାମ ଏକ ରିଲ୍ ଭଳି ଦେଖା ଦେଇଥାଏ। ତାଙ୍କ ଆଖି ସାମ୍ନାରେ ସେହି ଲେଖା ସବୁ ଚାଲି ଆସିଥାଏ, ଯାହାକୁ ସେ ନିଜ ପୂରା ଜୀବନରେ କରି ଥାଆନ୍ତି। ବ୍ୟକ୍ତି ଏହି ସମୟରେ କହିବାରେ ଅସମର୍ଥ ହୋଇଯାଇଥାଏ।
ମୃତ୍ୟୁ ସନ୍ନିକଟ ଥିବା ବ୍ୟକ୍ତିଙ୍କୁ ୨ ଯମଦୂତ ନଜର ଆସିଥାଆନ୍ତି, ଯିଏ ତାଙ୍କୁ ନେବା ପାଇଁ ଆସିଥାଆନ୍ତି। ଯଦି ବ୍ୟକ୍ତି ନିଜ ଜୀବନରେ ଭଲ କାମ କରିଛନ୍ତି, ତ ତାଙ୍କର ପ୍ରାଣ ସହଜରେ ଚାଲି ଯାଇଥାଏ, ନଚେତ୍ ଆତ୍ମାକୁ ଶରୀର ଛାଡ଼ିବାରେ ବହୁତ ଅସୁବିଧା ହୋଇଥାଏ। ଏଥିପାଇଁ ମରିବା ପୂର୍ବରୁ ଗୋଦାନ କରିବାର ପରମ୍ପରା ରହିଛି। ଗାଈକୁ ଦାନ କରିବାର ପୁଣ୍ୟ ତାଙ୍କୁ ଶାନ୍ତିପୂର୍ଣ୍ଣ ମୃତ୍ୟୁ ଦେଇଥାଏ। ଏହାପରେ ଯମଲୋକରେ ତାଙ୍କ କର୍ମର ହିସାବ-କିତାବ ହୋଇଥାଏ ଏବଂ ପୁଣି ଆତ୍ମାକୁ ନୂଆ ଶରୀର ଖୋଜିବା ପାଇଁ ଏହି ମୃତ୍ୟୁଲୋକରେ ଘୂରି ବୁଲିବା ପାଇଁ ଛାଡ଼ି ଦିଆଯାଇଥାଏ।
ଆତ୍ମା ୧୩ ଦିନରେ ପୁଣି ନିଜ ଘର ପାଖକୁ ଆସିଯାଇଥାଏ ଏବଂ ଅନେକ ବାର ନିଜ ଆତ୍ମୀୟଙ୍କ ମୋହରେ ପଡ଼ି ସେମାନଙ୍କ ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ। ଯଦିଓ ଯମଦୂତଙ୍କ ବନ୍ଧନ ତାକୁ ଏମିତି କରିବାକୁ ଦେଇ ନ ଥାଏ। ୧୦ ଦିନ ପରେ ସନ୍ତାନ ଦ୍ୱାରା କରାଯାଉଥିବା ପିଣ୍ଡଦାନ ଆତ୍ମାକୁ ସେଠାରୁ ପଳାଇ ଯିବାକୁ ଶକ୍ତି ଦେଇଥାଏ। ଏହାପରେ ସେ ନିଜ ପାଇଁ ନୂଆ ଶରୀର ଖୋଜିଥାଏ। ଗରୁଡ଼ ପୁରାଣ ମୁତାବକ, ନୂଆ ଶରୀର ପାଇବା ପାଇଁ ଆତ୍ମାକୁ ୪୭ ଦିନ ସମୟ ଲାଗି ଯାଇଥାଏ। ଯଦି ଆତ୍ମହତ୍ୟା କି ଦୁର୍ଘଟଣାଜନିତ ମୃତ୍ୟୁ ଘଟେ, ତ ଆତ୍ମା ଲମ୍ବା ସମୟ ପର୍ଯ୍ୟନ୍ତ ଘୂରି ବୁଲିଥାଏ।