ଅକ୍ଟୋବରରେ ଭୋପାଳରେ ରାଲି କରିବ ବିରୋଧୀ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଆଡକୁ ହେବ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶର ଭୋପାଳରେ ବିରୋଧୀ ମେଣ୍ଟ ଇଣ୍ଡିଆ କରିବ ପ୍ରଥମ ରାଲି। ଦିଲ୍ଲୀ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଖବର ଅନୁଯାୟୀ ଇଣ୍ଡିଆ ମେଣ୍ଟ ପ୍ରଥମ ବିଧାନସଭା ନିର୍ବାଚନକୁ ଟାର୍ଗେଟ କରିଛି। ଏନସିପିର ବରିଷ୍ଠ ନେତା ଶରଦ ପାୱାରଙ୍କ ଦିଲ୍ଲୀ ଘରେ ବିରୋଧୀ ମେଣ୍ଟର ସମନ୍ଵୟ ବୈଠକ ବସିଥିଲା। ଏଥିରେ ଆସନ ଭାଗବଣ୍ଟା ନେଇ ଆଲୋଚନା ହୋଇଛି। ବୈଠକ ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ମିଳିତ ବୟାନ ଜାରି କରାଯାଇଛି। ଏଥିରେ କୁହାଯାଇଛି ବୈଠକରେ ୧୨ଟି ଦଳର ପ୍ରତିନିଧି ସାମିଲ ହୋଇଥିଲେ। ଆସନ ଭାଗବଣ୍ଟା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ଦରବୃଦ୍ଧି, ବେକାରୀ ଓ ଦୁର୍ନୀତିକୁ ପ୍ରସଙ୍ଗ କରି ମେଣ୍ଟ ବିଜେପିକୁ ଘେରିବ। ଜାତି ଜନଗଣନାକୁ ମେଣ୍ଟର ସବୁ ଦଳ ସମର୍ଥନ କରିବେ।

ଆଜିର ବୈଠକରେ ଟିଏମସି ସାମିଲ ହୋଇନଥିଲା। ଟିଏମସି ନେତା ଅଭିଷେକ ବାନାର୍ଜୀ ସମନ୍ୱୟ ସମିତିର ସଦସ୍ୟ ଥିଲେ। ତେବେ ଇଡି ଆଗରେ ଆଜି ହାଜର ହୋଇଥିବାରୁ ସେ ବୈଠକରେ ଯୋଗଦେଇପାରିନାହାନ୍ତି। ବୈଠକରେ କଂଗ୍ରେସ, ଡିଏମକେ, ଆରଜେଡି, ଜେଡିୟୁ, ସମାଜବାଦୀ ପାର୍ଟି, ପିଡିପି, ଶିବସେନା ଉଦ୍ଧବ ଗୋଷ୍ଠୀ ଓ ନ୍ୟାସନାଲ କନଫରେନ୍ସ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button