ଇଟାଲିରେ ଜାହାଜ ବୁଡି ୪୧ ଶରଣାର୍ଥୀ ମୃତ

ରୋମ୍ : ଇଟାଲିର ଲାମ୍ପେଡୁସା ଦ୍ୱୀପ ନିକଟରେ ଏକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଶିଶୁଙ୍କ ସମେତ ୪୧ ଜଣଙ୍କ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ଗୁରୁବାର ଏକ ଛୋଟ ଜାହାଜରେ ଏହି ଯାତ୍ରୀମାନେ ଟ୍ୟୁନିସିଆର ସ୍ଫାକ୍ସରୁ ଯାତ୍ରା ଆରମ୍ଭ କରିଥିଲେ। କିଛି ଘଣ୍ଟା ମଧ୍ୟରେ ଡଙ୍ଗାଟି ବୁଡ଼ି ଯିବାରୁ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଇଟାଲୀ ସରକାରଙ୍କ ତଥ୍ୟ ଅନୁଯାୟୀ ସମୁଦ୍ର ପଥରେ ଇଟାଲୀକୁ ଆସୁଥିବା ପ୍ରବାସୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଚଳିତ ବର୍ଷ ୮ ମାସରେ ୯୨ ହଜାରରୁ ଅଧିକ ପ୍ରବାସୀ ଏଠାକୁ ଆସିଛନ୍ତି।

ସେହିପରି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ହେଲା ଗତ କିଛିଦିନ ହେବ ପ୍ରବାସୀମାନେ ଛୋଟ ବଡ଼ ଡଙ୍ଗା ଧରି ଏଠାକୁ ଆସୁଛନ୍ତି। ଗତ ରବିବାର ଦୁଇଟି ଡଙ୍ଗା ବୁଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏହି ଡଙ୍ଗାରେ ୪୮ ଓ ୪୨ ଜଣ ଶରଣାର୍ଥୀ ଥିଲେ।

Leave a Reply

Your email address will not be published. Required fields are marked *

Back to top button