ବ୍ରାଉନସୁଗର ବ୍ୟବସାୟ : ଦାନ୍ତ ଡାକ୍ତର ସମେତ ୩ ଗିରଫ
ଯାଜପୁର : ବ୍ରାଉନ୍ସୁଗର ବେପାର ବ୍ୟବସାୟ କରୁଥିବା ଅଭିଯୋଗରେ ଜଣେ ଦାନ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ଯାଜପୁର ଥାନା ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୧୫.୨ ଗ୍ରାମ ବ୍ରାଉନ୍ସୁଗର ଓ ୪ଟି ମୋବାଇଲ ଜବତ ହୋଇଛି।
ଖବର ଅନୁଯାୟୀ ଗିରଫ ଡାକ୍ତରଙ୍କ ନାଁ ନିଗମାନନ୍ଦ ଖଟୁଆ। ସେ ଯାଜପୁର ମହାବୀର ନଗରରେ କ୍ଲିନିକ୍ କରିଛନ୍ତି। ଅନ୍ୟ ଦୁଇଜଣ ହେଲେ ସୁନ୍ଦେରେଇମୁହାଁର ସନ୍ଦୀପ ମଲ୍ଲିକ ଓ ସିଦ୍ଧେଶ୍ୱରର ରକ୍ଷାକର ଦୀକ୍ଷିତ। ଏ ସମ୍ପର୍କରେ ଯାଜପୁର ଏସ୍ଡିପିଓ କହିଛନ୍ତି ଗତକାଲି ସନ୍ଧ୍ୟାରେ ଚଢ଼ଉ କରାଯାଇ ସନ୍ଦୀପ ମଲ୍ଲିକ ଓ ରକ୍ଷାକର ଦୀକ୍ଷିତଙ୍କଠାରୁ ବ୍ରାଉନସୁଗର ଜବତ କରାଯାଇଥିଲା। ଏ ଦୁଇଜଣଙ୍କୁ ପଚରାଉଚରା ବେଳେ ଦାନ୍ତ ଡାକ୍ତର ନିଗମାନନ୍ଦ ଖଟୁଆଙ୍କ ନାଁ ସାମ୍ନାକୁ ଆସିଥିବା ଜଣାପଡିଛି।