ପାଣି ଟାଙ୍କିରୁ ମିଳିଲା ଦୁଇଟି ନରକଙ୍କାଳ

ଯାଜପୁର : ଯାଜପୁର ଜିଲ୍ଲା ସଦର ଥାନା ନିଶ୍ଚନ୍ତା ଗାଁ ପାଣି ଟାଙ୍କିରୁ ଦୁଇଟି ନରକଙ୍କାଳ ମିଳିଛି। ଏହାକୁ ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ସେଠାରେ ସ୍ଥାନୀୟଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ନିଶ୍ଚନ୍ତା ଗାଁରେ ନୂତନ ନିର୍ମାଣ ପାଣି ଟାଙ୍କିକୁ କେମିତି ଦୁଇଟି କଙ୍କାଳ ଆସିଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କଙ୍କାଳଟି କାହାର ଓ କିଏ ଏହାକୁ ଏଠାରେ ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button