ସେବାଶ୍ରମ ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ : ଶିକ୍ଷକ ଫେରାର

ଫୁଲବାଣୀ : କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଏକ ସେବାଶ୍ରମ ହଷ୍ଟେଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ଜଣାପଡ଼ିଛି।
ଖବର ଅନୁଯାୟୀ କିଛିଦିନ ପୂର୍ବରୁ ଛାତ୍ରୀ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଛାତ୍ରୀ ଜଣକ ଏକାଧିକ ଥର ଅସୁସ୍ଥ ହେବାରୁ ରକ୍ତନମୁନା ପରୀକ୍ଷା ପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା। ଏହି ଘଟଣାରେ ଜଣେ ଶିକ୍ଷକଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହେବାରୁ ଶିକ୍ଷକଜଣକ ଫେରାର୍ ହୋଇଯାଇଛନ୍ତି। ସେହିପରି ଛାତ୍ରୀଙ୍କ ପରିବାରକୁ ବିଭିନ୍ନ ଆଡ଼ୁ ଧମକଚମକ ମିଳୁଥିବା ବେଳେ ଘଟଣାକୁ ରଫାଦଫା କରିବାକୁ ଗଳାବାଟ ଖୋଜା ଚାଲିଛି। ଭୟରେ ପରିବାରବର୍ଗ ଏଯାବତ୍ କୋଟଗଡ଼ ଥାନାରେ ଏତଲା ଦେଇନଥିବା ଆଲୋଚନା ହେଉଛି।